ବୋଭାଇନ ସ୍ପୋଞ୍ଜିଫର୍ମ ଏନକେଫାଲୋପାଥି
From Wikipedia, the free encyclopedia
ବୋଭାଇନ ସ୍ପୋଞ୍ଜିଫର୍ମ ଏନକେଫାଲୋପାଥି (ଇଂରାଜୀ ଭାଷାରେ Bovine spongiform encephalopathy/ BSE, ସାଧାରଣରେ ଜଣାଶୁଣା ନାମ ମ୍ୟାଡ କାୱ ଡିଜିଜ ବା ପାଗଳା ଗାଈ ରୋଗ) ଏକ ସ୍ନାୟୁ କ୍ଷୟକାରି ରୋଗ (neurodegenerative disease) ଗୋଜାତି (cattle) ରୋଗ ।[2] ଏହି ରୋଗରେ ପରିବର୍ତ୍ତିତ ବ୍ୟବହାର, ଚାଲି ସମସ୍ୟା, ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[1] ପରେ ଚଳପ୍ରଚଳ ଓ ଘୁଞ୍ଚିବା ଅକ୍ଷମତା ଦେଖାଯାଏ । [1] ଇନକ୍ୟୁବେସନ (time between infection and onset of symptoms) ସମୟ ପ୍ରାୟ ୪ରୁ ୫ ବର୍ଷ ।[2] ଲକ୍ଷଣ ଦେଖାଯିବା ପରଠାରୁ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ମୃତ୍ୟୁ ହୁଏ ।[2] ମଣିଷକୁ ଏହାର ଭାରିଆଣ୍ଟ କ୍ରଜଫେଲ୍ଟ ରୋଗ (variant Creutzfeldt–Jakob disease/ vCJD) ଯୋଗୁ ହୁଏ ।[3] ସନ ୨୦୧୮ ସୁଦ୍ଧା ପୃଥିବୀରେ ୨୩୧ ରୋଗୀ ଚିହ୍ନଟ ହୋଇଥିଲେ ।[5]
ବୋଭାଇନ ସ୍ପୋଞ୍ଜିଫର୍ମ ଏନକେଫାଲୋପାଥି (Bovine spongiform encephalopathy) | |
---|---|
Mad cow disease | |
ବିଭାଗ | ପଶୁ ଚିକିତ୍ସା (Veterinary medicine) |
ଲକ୍ଷଣ | ପରିବର୍ତ୍ତିତ ବ୍ୟବହାର, ଚାଲି ସମସ୍ୟା, ଓଜନ ହ୍ରାସ, ଘୁଞ୍ଚିବା ଅକ୍ଷମତା [1] |
ଆକ୍ରାନ୍ତ ସମୟ | ସଂସ୍ପର୍ଶରେ ଆସିବାର ୪-୫ ବର୍ଷ ପରେ [2] |
କାରଣ | ଏକ ପ୍ରକାର ପ୍ରିଅନ (prion)[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ମସ୍ତିଷ୍କ ପରୀକ୍ଷା [1] |
ପ୍ରତିକାର | ବୟସ୍କ ପଶୁମାନଙ୍କୁ ଖାଦ୍ୟ ଯୋଗାଣ ସ୍ଥାନକୁ ଯିବାକୁ ନ ଛାଡ଼ିବା, କେତେକ ପଶୁ ଖାଦ୍ୟ ନଦେବା । [4] |
Prognosis | କିଛି ସପ୍ତାହରୁ କିଛି ମାସ ମଧ୍ୟରେ ମୃତ୍ୟୁ [2] |
ପୁନଃପୌନିକ | ୪ କେଶ୍ (୨୦୧୭)[1] |
ଏକ ପ୍ରକାର ମିସଫୋଲ୍ଡେଡ ପ୍ରୋଟିନ, ନାମ ପ୍ରିଅନ (prion) ଯୋଗୁ ଏହି ରୋଗ ହୁଏ ।[3] ସ୍ୱତଃ ରୋଗଗ୍ରସ୍ତ ହୋଇଥିବା ଯନ୍ତୁ ବା ସ୍କ୍ରାପି ସଂକ୍ରମିତ ମେଣ୍ଢାରୁ ତିଆରି ହୋଇଥିବା ସଂକ୍ରମିତ ମାଂସ ଓ ହାଡ଼ ଖାଦ୍ୟ ଖାଇଲେ ଏହି ରୋଗ ହେଉଥିବା ସନ୍ଦେହ କରାଯାଏ ।[3] ଏହି ମାଂସ ଓ ହାଡ଼ ଖାଦ୍ୟ ଖାଦ୍ୟ ପୋଷା ଗାଈମାନଙ୍କୁ (dairy cows) ଦିଆହେବା ଯୋଗୁ ସଂଯୁକ୍ତ ରାଷ୍ଟ୍ରରେ ମଡ଼କ ପଡ଼ିଥିଲା ।[3][6] ଲକ୍ଷଣ ଦେଖି ସନ୍ଦେହ କରାଯାଏ ଓ ମସ୍ତିଷ୍କ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଏ ।[1] ଏହାକୁ କ୍ଲାସିକ (Classic) ଓ ଆଟିପିକାଲ (atypical) ନାମରେ ବର୍ଗୀକରଣ କରାଯାଏ ଓ ଅଟିପିକାଲକୁ ଏଚ- ଓ ଏଲ ଟାଇପରେ ବିଭକ୍ତ କରାଯାଏ । [1]
ସଂଯୁକ୍ତ ରାଷ୍ଟ୍ରରେ ପ୍ରତିଷେଧ ନିମନ୍ତେ ୩୦ ମାସରୁ ଅଧିକ ବୟସର ପଶୁଙ୍କୁ ମଣିଷ ବା ପଶୁଖାଦ୍ୟ ଯୋଗାଣର ଖାଦ୍ୟ (animal feed supply) ଦେବାର ପ୍ରତିବନ୍ଧ ଲାଗିଛି ।[4] ତିରିଶ ମାସ ବୟସରୁ ଅଧିକ ହୋଇଥିବା ଗାଈକୁ ଉପଯୁକ୍ତ ପରୀକ୍ଷା କରିବା ପରେ ମାନବ ଖାଦ୍ୟ ନିମନ୍ତେ ଦିଆଯାଏ ।[4] ଉତ୍ତର ଆମେରିକାରେ ଏଥି ଯୋଗୁ ନିର୍ଦ୍ଦିଷ୍ଟ ସଙ୍କଟ ଥିବା ଖାଦ୍ୟକୁ ପଶୁ ଖାଦ୍ୟ (specified risk material) ଭାବରେ ଦିଆଯାଏନି ।[7] ଏହି ରୋଗ ନିର୍ମୁଳ କରିବା ନିମନ୍ତେ ପ୍ରାୟ ୪.୪ ନିୟୁତ ଗାଈଙ୍କୁ ମାରିଦିଆଯାଇଥିଲା ।[8]
ସନ ୨୦୧୭ରେ ମାତ୍ର ୪ଟି କେଶ୍ ରିପୋର୍ଟ ହୋଇଥିଲା ଓ ଏହା ପ୍ରାୟ ନିଶ୍ଚିହ୍ନ ହୋଇଥିବା ମନେକରାଯାଉଥିଲା ।[1] ସଂଯୁକ୍ତ ରାଷ୍ଟ୍ରରେ ସନ୧୯୮୬ରୁ ୨୦୧୫ ମଧ୍ୟରେ ୧୮୪,୦୦୦ ରୋଗା ଗାଈ ଚିହ୍ନଟ ହୋଇଥିଲେ ଓ ୧୯୯୩ରେ ସର୍ବାଧିକ ଚିହ୍ନଟ ହୋଇଥିଲେ ।[3] ପୃଥିବୀର ଅନ୍ୟ ସ୍ଥାନମାନଙ୍କରେ ଅଧିକ କିଛି ହଜାର କେଶ୍ ରିପୋର୍ଟ ହୋଇଥିଲା । [1] କିଛି ନିୟୁତ ରୋଗଗ୍ରସ୍ତ ଗାଈ ଖାଦ୍ୟ ଯୋଗାଣରେ ଥିଲେ ବୋଲି ବିଶ୍ୱାସ କରାଯାଏ । [1]