ବେନଜିର ଭୁଟ୍ଟୋ
From Wikipedia, the free encyclopedia
ବେନଜିର ଭୁଟ୍ଟୋ (ଉର୍ଦ୍ଦୁ: و نظیر) ( ଜନ୍ମ ୨୧ ଜୁନ ୧୯୫୩, କରାଚୀ- ୨୭ ଡିସେମ୍ବର ୨୦୦୭ ରାୱଲପିଣ୍ଡିରେ ମୃତ୍ୟୁ) ପାକିସ୍ଥାନର ଦ୍ୱାଦଶ (୧୯୮୮ ରେ) ଏବଂ ୧୬ ତମ (୧୯୯୩ ରେ) ପ୍ରଧାନମନ୍ତ୍ରୀ ଥିଲେ । ରାୱଲପିଣ୍ଡିରେ ଏକ ରାଜନୈତିକ ରାଲି ପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ଗୁଳି ବିନିମୟରେ ତାଙ୍କୁ ହତ୍ୟା କରାଯାଇଥିଲା ।[1] ପୂର୍ବର ଝିଅ ଭାବେ ଜଣାଶୁଣା ବେନାଜିର ମୁସଲମାନ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଏବଂ ଦୁଇଥର ପାକିସ୍ଥାନରୁ ନିର୍ବାଚିତ ହୋଇଥିଲେ । ସେ ପାକିସ୍ଥାନର ପିପୁଲ୍ସ ପାର୍ଟିର ପ୍ରତିନିଧି ତଥା ମୁସଲମାନ ଧର୍ମର ଶିଆ ଶାଖାର ଅନୁଗାମୀ ଥିଲେ ।
Quick Facts ବେନଜିର ଭୁଟ୍ଟୋبینظیر بھٹو, ପାକିସ୍ଥାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ...
Close