ବେଙ୍ଗ
From Wikipedia, the free encyclopedia
ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ଯିଏ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରେ । ଏହା ଏକ ଶୀତରକ୍ତୀ ପ୍ରାଣୀ ଅଟେ ଅର୍ଥାତ ଏହାର ଶରୀରର ତାପମାନ ବାତାବରଣ ତାପମାନ ଅନୁଶାରେ ଛାଲିଥାଏ । ଶିତକାଳରେ ଥଣ୍ଡାରୁ ବଞ୍ଚିବା ପାଇଁ ବର୍ଷାପାଣିରେ ଜମିରହିଥିବା କାଦୁଅ ଆଦି ସ୍ଥାନରେ ଦୁଇ ଫୁଟ ଭିତର ପର୍ଯ୍ୟନ୍ତ ଖୋଳି ସେଠାରେ ବାସ କରିଥାଏ, ଏହା ସହିତ କିଛି ଖାଦ୍ୟ ମଧ୍ୟ ଖାଇ ନଥାଏ । ଏହି ପକ୍ରୀୟାକୁ ଶୀତନିଦ୍ରା କିମ୍ବା "ଶୀତସୁଷୁପ୍ତାବସ୍ଥା" କୁହାଯାଏ । ଏହିପ୍ରକାର କ୍ରୀୟା ଗରମ ଦିନେ ମଧ୍ୟ ହୋଇଥାଏ । ଗ୍ରୀଷ୍ମକାଳରେ ଏହି ପକ୍ରୀୟାକୁ ଗ୍ରୀଷ୍ମୀୟ ଅବସ୍ଥା କିମ୍ବା "ଗ୍ରୀଷ୍ମସୁଷୁପ୍ତାବସ୍ଥା" କୁହାଯାଏ ।
ବେଙ୍ଗର ଚାରୋଟି ଗୋଡ ରହିଥାଏ । ପଛ ଦୁଇ ଗୋଡ ଆଗ ଦୁଇ ଗୋଡଠାରୁ ବଡ଼ ହୋଇଥାଏ, ସେଥିପାଇଁ ସେ ଅଧିକ ଲମ୍ବା ପର୍ଯ୍ୟନ୍ତ ଡେଇଁପାରେ । ଆଗ ଦୁଇ ପାଦରେ ଚାରି-ଚାରି ଆଙ୍ଗୁଠି ଓ ପଛ ପାଦରେ ପାଞ୍ଚ-ପାଞ୍ଚ ଆଙ୍ଗୁଠି ରହିଥାଏ, ଯାହା ତାକୁ ପହଁରିବାରେ ସାହାଯ୍ୟ କରିଥାଏ । ବେଙ୍ଗର ଆକାର ସାଧାରଣତଃ ୯.୮ ମିଲିମିଟର (୦.୪ ଇଞ୍ଚ)ରୁ ୩୦ ସେଣ୍ଟିମିଟର (୧୨ ଇଞ୍ଚ) ପର୍ଯ୍ୟନ୍ତ ହୋଇଥାଏ । ଅଣ୍ଡିରା ବେଙ୍ଗ ମାଇ ବେଙ୍ଗଠାରୁ ଆକାରରେ ଛୋଟ ହୋଇଥାଏ । ବେଙ୍ଗର ତ୍ୱଚାରେ ନିସୃତ ବିଷ ରହିଥାଏ, ପରନ୍ତୁ ସେମାନେ ଶିକାରୀ ସ୍ତନ୍ୟପାୟୀ, ପକ୍ଷୀ ତଥା ସାପମାନଙ୍କଠାରୁ ଏମାନଙ୍କ ସୁରକ୍ଷା କରି ପାରନ୍ତି ନାହିଁ ।
ଏକ ପ୍ରାପ୍ତ ବାୟସ୍କ ବେଙ୍ଗର ଶରୀରରେ ଏକ କଠୋର ଶରୀର, ବାହାରି ପଡିଥିବା ଆଖି, ଅଗ୍ରବର୍ତ୍ତୀ-ଲାଗିଥିବା ଜିଭ ଆଖି, ତଳ ଆଡକୁ ଓହଳି ଥିବା ଅଙ୍ଗ ଏବଂ ବିନା ଲାଞ୍ଜ ଯୁକ୍ତ ଶରୀର ରହିଥାଏ (ଲାଞ୍ଜ ଯୁକ୍ତ ବେଙ୍ଗକୁ ଛାଡି) । ବେଙ୍ଗ ମଧ୍ୟରେ ଗ୍ରନ୍ଥିର ଚମଡା ରହିଥାଏ, ଯାହା ଅରୁଚୀକରଠାରୁ ଆରମ୍ଭ ହୋଇ ବିଷାକ୍ତ ହୋଇଥାଏ । ବୟସ୍କ ବେଙ୍ଗ ସତେଜ ପାଣିରେ ଏବଂ ଶୁଖିଲା ସ୍ଥଳରେ ରହିଥାଏ; କିଛି ପ୍ରଜାତିମାନଙ୍କୁ ଭୂମୀଗତ କିମ୍ବା ଗଛରେ ରହିବା ପାଇଁ ଅନୁକୂଳିତ କରାଯାଏ । ବେଙ୍ଗକୁ ମନୁଷ୍ୟଦ୍ୱାରା ଭୋଜନ ରୂପେ ମହତ୍ତ୍ୱ ଦିଆଯାଏ ଏବଂ ସାହିତ୍ୟ, ପ୍ରତୀକବାଦ ଓ ଧର୍ମରେ ବହୁ ସାଂସ୍କୃତିକ ଭୂମିକା ରହିଥାଏ ।