ବିଦ୍ୟୁତ୍ ଶକ୍ତି
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ପ୍ରତି ୟୁନିଟ ସମୟରେ ଏକ ପରିପଥ ଦେଇ ବୈଦୁତିକ ଊର୍ଜାର ସ୍ଥାନନ୍ତରଣ 'ହାର'କୁ ବିଦ୍ୟୁତ୍ ଶକ୍ତି କୁହାଯାଏ । SI ମାନକରେ ଶକ୍ତିର ଏକକ ହେଉଛି ୱାଟ (watt), ଏକ ଜୁଲ୍ (joule) ପ୍ରତି ସେକେଣ୍ଡ ।
ବିଦ୍ୟୁତ ଶକ୍ତି ମୁଖ୍ୟତଃ ବୈଦୁତିକ ଜନିତ୍ର (ଜେନେରେଟର)ଦ୍ୱାରା ଉତ୍ପାଦନ କରାଯାଏ, ଏହା ସହ ବୈଦୁତିକ ବ୍ୟାଟେରୀ ପରି ଉତ୍ସର ବହୁଳ ପ୍ରଚାଳନ ମଧ୍ୟ ହୋଇଥାଏ । ଏହା ସାଧାରଣତଃ ଆବାସିକ ଏବଂ ବ୍ୟବହାସାୟିକ ଅନୁଷ୍ଠାନଗୁଡ଼ିକୁ ବୈଦୁତିକ ଶକ୍ତି ଶିଳ୍ପଦ୍ୱାରା ବିଦ୍ୟୁତ୍ ଗ୍ରୀଡ଼ ମାଧ୍ୟମରେ ଯୋଗାଇ ଦିଆଯାଏ । ବହୁ ଦୂରରେ ଥିବା ବୈଦୁତିକ ଭାର (ଲୋଡ୍) ଗୁଡ଼ିକ ପାଇଁ ଟ୍ରାନ୍ସମିସନ୍ ଲାଇନ୍ଦ୍ୱାରା ବିଦ୍ୟୁତ୍ ଶକ୍ତି ପ୍ରେରଣ କରାଯାଇଥାଏ ।[1]