ବିକ୍ରମଶିଳା
From Wikipedia, the free encyclopedia
ବିକ୍ରମଶିଳା (IAST: Vikramaśilā) ପ୍ରାଚୀନ ଭାରତର ବୌଦ୍ଧ ଧର୍ମର ବିସ୍ତାର ସମୟରେ ଦୁଇଟି ମଧ୍ୟରୁ ଅନ୍ୟତମ ଜ୍ଞାନ ବିସ୍ତାର କେନ୍ଦ୍ର ଥିଲା ।ନାଳନ୍ଦା ସହ ଏହା ସେହି ସମୟରେ ପ୍ରସିଦ୍ଧ ବିଦ୍ୟାକେନ୍ଦ୍ର ରହିଥିଲା । ଏହା ରାଜା ଧର୍ମପାଳଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏଠାରେ ଅତିଷ୍ଠ ନାମକ ଜଣେ ବିଦ୍ୱାନ ଦାୟିତ୍ୱରେ ଥିଲେ । 1200 ମସିହା ଆଡକୁ ଏହା ମୂହମ୍ମଦ ବିନ ଖିଲିଜିଙ୍କ ଆକ୍ରମଣଦ୍ୱାରା ସମ୍ପୂର୍ଣ ବିଦ୍ୱଂଶ ହେଇଯାଇଥିଲା । [1]
Quick Facts ଅବସ୍ଥାନ, ଦିଗବାରେଣି ...
Vikramashila विक्रमशिला | |
Ruins of Vikramashila Mahavihara | |
ଅବସ୍ଥାନ | Bihar, India |
---|---|
ଦିଗବାରେଣି | 25°19′29″N 87°17′05″E |
ପ୍ରକାର | Centre of learning |
ଇତିହାସ | |
ସ୍ଥାପିତ | 8th-9th century CE |
ଅବ୍ୟବହୃତ | 13th century CE |
ଘଟଣା | Destroyed by Bakhtiyar Khilji around 1200 CE |
Close
ଭାରତୀୟ ରାଜ୍ୟ ବିହାରର ଭାଗଲପୁର ଜିଲ୍ଲାରେ ଅନତିଚକ ଗ୍ରାମରେ ବିକ୍ରମଶିଳା ଅବସ୍ଥିତ । ଏହା ଭାଗଲପୁରରୁ ପୂର୍ବ ଦିଗରେ 50 କିଲୋମିଟର ଦୁରବର୍ତୀ । କହଲଗାଓ ରେଳ ଷ୍ଟେସନ ଏଠାରୁ 13 କିଲୋମିଟର । ଜାତୀୟ ରାଜପଥ 80ରୁ ଏଠାକୁ ପହଞ୍ଚିବାକୁ ଏକ ଭଲ ସଡକ ରହିଛି ।