ବାର୍ବିଚୁରେଟ ବିଷକ୍ରିୟା
From Wikipedia, the free encyclopedia
ବାର୍ବିଚୁରେଟ ବିଷକ୍ରିୟା (ଇଂରାଜୀ ଭାଷାରେBarbiturate overdose) ହୁଏ ଯେତେବେଳେ ମାତ୍ରାଧିକ ବାର୍ବିଚୁରେଟ (barbiturate) ଦେହକୁ ଯାଏ ।[8] ଲକ୍ଷଣ: ଭାବନା କଷ୍ଟସାଧ୍ୟ, ଶରୀର ନିୟନ୍ତ୍ରଣ ଶକ୍ତି କମିଯାଏ, ଚେତନା ସ୍ତର କମିଯାଏ (level of consciousness) ଓ ଶ୍ୱାସକ୍ରିୟା ମାନ୍ଦା (respiratory depression) ହୁଏ ।[1] ମାତ୍ରାଧିକ (overdose) ବାର୍ବିଚୁରେଟ ହେଲେ ହୃତ୍ପିଣ୍ଡ ସମସ୍ୟା ନ ଥାଇ ଫୁସଫୁସ ଇଡିମା/ଶୋଥ (noncardiogenic pulmonary edema) ହୁଏ । Complications of overdose can include noncardiogenic pulmonary edema.[2] ଶ୍ୱାସକ୍ରିୟା ଅଭାବରୁ ମୃତ୍ୟୁ ହୁଏ ।[3]
ବାର୍ବିଚୁରେଟ ବିଷକ୍ରିୟା | |
---|---|
ଇଂରାଜୀ ପ୍ରତିଶବ୍ଦ - barbiturate poisoning, barbiturate toxicity | |
ବିଭାଗ | ଆଶୁ ଚିକିତ୍ସା[*] |
ଲକ୍ଷଣ | ଶ୍ୱାସକ୍ରିୟା ଅବକ୍ଷୟ (decrease breathing), ନିମ୍ନ ଚେତନା ଶକ୍ତି level of consciousness[1] |
ଅବଧି | ୬ରୁ ୧୨ ଘଣ୍ଟା [2] |
କାରଣ | ଅପ୍ରତ୍ୟାଶିତ, ଆତ୍ମହତ୍ୟା[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ବା ପରିସ୍ରା ପରୀକ୍ଷା[4] |
ଚିକିତ୍ସା | ଶ୍ୱାସକ୍ରିୟା ସାହାଯ୍ୟକାରୀ, ସକ୍ରିୟ ଚାରକୋଲ (activated charcoal)[5][6] |
ପୁନଃପୌନିକ | ଅସାଧାରଣ [7] |
ଆତ୍ମହତ୍ୟା (attempt to cause death) ବା ଅପ୍ରତ୍ୟାଶିତ କାରଣରୁ ବାର୍ବିଚୁରେଟ ବିଷକ୍ରିୟା ହୋଇପାରେ । ଏହାର ବିଷ ପ୍ରଭାବ ମଦ୍ୟ/ଆଲକୋହୋଲ ଓ ବେଞ୍ଜୋଡାଏଜେପିନ (benzodiazepines) ସହିତ ସଂଯୁକ୍ତ ହୋଇଯାଏ । ମାରାତ୍ମକ ହେବା ମାତ୍ରା ଲୋକର ଔଷଧ ସହନଶୀଳତା (tolerance) ଉପରେ ନିର୍ଭରଶୀଲ ଓ କେଉଁ ପ୍ରକାର ଦେହକୁ ଯାଉଛି, ତାହା ଉପରେ ନିର୍ଭର କରେ ।[3] ଗାବା ନିଉରୋଟ୍ରାନ୍ସମିଟର (en:GABA neurotransmitter) ମାଧ୍ୟମରେ ଏହା କାର୍ଯ୍ୟକାରୀ ହୁଏ ।[2] ପରିସ୍ରା ଓ ରକ୍ତ ପରୀକ୍ଷା କରି ଏହାର ବିଷାକ୍ତ ପ୍ରଭାବ ଅନୁଶୀଳନ କରାଯାଏ ।[4]
ରକ୍ତଚାପ (blood pressure) ଓ ଶ୍ୱାସକ୍ରିୟା ସୁରକ୍ଷା କରିବା ଏହି ରୋଗ ଚିକିତ୍ସାର ମୂଳ ଲକ୍ଷ ।[5][2] ଏହାର କୌଣସି ଆଣ୍ଟିଡୋଟ ନାହିଁ, ତେଣୁ ସକ୍ରିୟ ଚାରକୋଲ ଉପକାରରେ ଆସିପାରେ ।[6][5] ଏକାଧିକ ଚାରକୋଲ ଡୋଜ ଆବଶ୍ୟକ ହୋଇପାରେ ।[7] ହେମୋଡାଏଲିସିସ (Hemodialysis) ମଧ୍ୟ ଆବଶ୍ୟକ ହୋଇପାରେ । [6] ପରିସ୍ରାକୁ ଔଷଧ ଦେଇ କ୍ଷାରୀୟ (Urine alkalinisation) କଲେ ଉପକାର ମିଳିବା ଦେଖାଯାଏନି । [6] ଅଧିକ ମାତ୍ରାର ଔଷଧ ସେବନ କେଶ୍ମାନଙ୍କର ଅତୀତରେ ଏହା ମୂଖ୍ୟ କାରଣ ହୋଇଥିଲେ ମଧ୍ୟ ଅଧୁନା ଏହା କ୍ୱଚିତ ଦେଖାଯାଉଛି । [7]