ବନ୍ୟ ଗୟଳ
From Wikipedia, the free encyclopedia
ବନ୍ୟ ଗୟଳର ପ୍ରାଣୀବିଜ୍ଞାନ ନାମ ହେଲା Bos gaurus । ହିନ୍ଦୀରେ ଏମାନଙ୍କୁ “ଗୌର୍” ବୋଲି କୁହାଯାଏ । କେତେକ ବନ୍ୟ ଗୟଳକୁ “ଭାରତୀୟ ଗୟଳ” ମଧ୍ୟ କୁହନ୍ତି । ଭାରତୀୟ ଉପମହାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ବନ୍ୟ ଗୋରୁ ଜାତୀୟ ପ୍ରାଣୀଙ୍କ ମଧ୍ୟରେ ଗୟଳ ଆକାରରେ ସବୁଠାରୁ ବଡ଼ । ୧୯୮୬ ମସିହାରୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (International Union for Conservation of Nature - IUCN)ଦ୍ୱାରା ପ୍ରକାଶିତ ଲାଲ୍ ତାଲିକାରେ ଗୟଳକୁ “Vulnerable” ଶ୍ରେଣୀଭୁକ୍ତ କରାଯାଇଛି । ସାମ୍ପ୍ରତିକ ସମୟରେ ଗୟଳମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ତେବେ ସଂରକ୍ଷିତ ଜଙ୍ଗଲମାନଙ୍କରେ ଏମାନଙ୍କ ସଂଖ୍ୟା ସ୍ଥିର ରହିଛି ବା ବଢୁଛି । ପୂର୍ହରୁ ଅବହେଳିତ ଥିବା କେତେକ ଅଞ୍ଚଳରେ ଏବେ ଗୟଳମାନଙ୍କର ପୁନରୁତ୍ଥାନ କରାଯାଇପାରିଛି ।[1]
ବନ୍ୟ ଗୟଳ, ବଣୁଆ ଗୟଳ, ଭାରତୀୟ ଗୟଳ, ବଣ ମଇଁଷି | |
---|---|
Bos gaurus ପ୍ରଜାତିର ଏକ ଅଣ୍ଡିରା ଗୟଳ | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
Family: | Bovidae |
Subfamily: | Bovinae |
Genus: | Bos |
ଜାତି: | B. gaurus |
ବାଇନୋମିଆଲ ନାମ | |
Bos gaurus ଚାର୍ଲ୍ସ୍ ହାମିଲ୍ଟନ୍ ସ୍ମିଥ୍, ୧୮୨୭ | |
ଗୟଳମାନଙ୍କ ବ୍ୟାପ୍ତି |
ବନ୍ୟ ଗୋରୁ ଜାତୀୟ ପ୍ରାଣୀମାନଙ୍କ ମଧ୍ୟରେ ଗୟଳ ଉଚ୍ଚତମ ।
ମାଳୟ ଗୟଳମାନଙ୍କୁ “ସେଲାଡାଂଗ୍” ବୋଲି କୁହାଯାଏ । ବ୍ରହ୍ମଦେଶୀୟ ଗୟଳମାନେ ପ୍ୟୌଂଗ୍ (ବ୍ରହ୍ମଦେଶୀୟ ଭାଷାରେ ပြောင်) ଭାବେ ପରିଚିତ । ପୋଷା ଗୟଳର ପ୍ରାଣୀବିଜ୍ଞାନ ନାମ Bos frontalis । ଏମାନଙ୍କୁ ଲୋକେ ଗୟଳ ବା ମିଥୁନ ବୋଲି ମଧ୍ୟ ଡାକନ୍ତି । ସାଧାରଣତଃ ବନ୍ୟ ଗୟଳ ସ୍ୱତଃପ୍ରବୃତ୍ତ ଗୃହପାଳିତ ପଶୁ ନୁହଁ । କିନ୍ତୁ ବନ୍ୟ ଗୟଳ ଓ ଗୃହପାଳିତ ମଇଁଷିର ମିଳନରୁ ବନ୍ୟ ଗୟଳ ପରି ଦିଶୁଥିବା ପ୍ରାଣୀର ସୃଷ୍ଟି ହୋଇଛି । ପ୍ରଜନନର ଏପରି ପ୍ରଣାଳୀ ହେତୁ ଏମାନଙ୍କୁ ମିଥୁନ ଏବଂ ବନ୍ୟ ଗୟଳ ପରି ଦିଶୁଥିବାରୁ ଏମାନଙ୍କୁ ମଧ୍ୟ ଗୟଳ କୁହାଯାଏ । ଏହି ପୃଷ୍ଠାରେ ଗୟଳ ଶବ୍ଦଟି ବନ୍ୟ ଗୟଳ ପାଇଁ ବ୍ୟବହୃତ ହୋଇଛି ।