ବନ୍ଧୁକ
From Wikipedia, the free encyclopedia
ବନ୍ଧୁକ ଏକ ସାଧାରଣ ନଳୀ ଅସ୍ତ୍ର ବା ଅନ୍ୟ ଯେ କୌଣସି ଉପକରଣ ଯାହା ମଧ୍ୟରୁ କୌଣସି ପଦାର୍ଥ ପ୍ରେରଣ କରିବା ନିମନ୍ତେ ତିଆରି ହୋଇଛି ।[1] ଏହି ପ୍ରେରିତ ବସ୍ତୁ କଠିନ, ତରଳ, ଗ୍ୟାସ ବା ଶକ୍ତି ହୋଇପାରେ ଯେପରିକି ଗୁଳି ବା ତୋପ ଖୋଳ ବା ବର୍ଚ୍ଛା ବା ଟାସେର (en:Taser) ଯାଞ୍ଚ । ଡିଜାଇନ ଅନୁସାରେ ପ୍ରକ୍ଷେପଣ ହୁଏ କିନ୍ତୁ ସାଧାରଣତଃ ଏହା ଗ୍ୟାସ ଚାପଦ୍ୱାରା ହୁଏ ଯାହା ତ୍ୱରିତ ଦାହକ ସାହାଯ୍ୟରେ ବା ଚାପଯୁକ୍ତ ଷ୍ଟୋର ହୋଇଥିବା ମେକାନିକାଲ ଉପାୟ ଯାହା ନଳୀର ଖୋଲା ପାର୍ଶ୍ୱ ଦେଇ ପିସ୍ଟନ ଭଳି ବାହାରିଯାଏ । ସୀମିତ ଗ୍ୟାସଦ୍ୱାରା ପ୍ରକ୍ଷେପୀକୁ ନଳି ମୁଣ୍ଡ ଦେଇ ଯଥେଷ୍ଟ ଭେଲୋସିଟି ଦେଇ ଛଡ଼ାଯାଏ ଓ ଗ୍ୟାସର କାମ ନଳୀ ମୁଣ୍ଡରେ ସରିଯାଏ । ଅନ୍ୟଥା, ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍ଡ ମାଧ୍ୟମରେ ତ୍ୱରଣ କରି ନଳୀ ବଦଳରେ ଗାଇଡ ରେଲ ନିଆଯାଏ ।
ବନ୍ଧୁକ ଭଳି ପ୍ରଥମ ଉପକରଣ ପ୍ରଥମେ ଚୀନ ଦେଶରେ ସନ ୧୦୦୦ରେ ବାହାରିଥିଲା । ବାରଶ ଶତାବ୍ଦୀ ସୁଦ୍ଧା ଏହି ଟେକନୋଲୋଜି ଏସିଆ ସାରା ବ୍ୟାପି ୧୩ଶ ଶତାବ୍ଦୀରେ ୟୁରୋପକୁ ଚାଲିଗଲା ।[2]