ଫିନୋବାର୍ବିଟାଲ
ଏହା ଏକ ପ୍ରକାର ଯାହା କେତେକ ପ୍ରକାରର ଅପସ୍ମାର ବାତ ବା ଏପିଲେପ୍ସି ରୋଗ ଚିକିତ୍ସା ନିମନ୍ତେ ବ୍ୟବହାର କରିବାକ / From Wikipedia, the free encyclopedia
ଫିନୋବାର୍ବିଟାଲ, ଅନ୍ୟ ନାମ ଫିନୋବାର୍ବିଟୋନ ଔଷଧ କେତେକ ପ୍ରକାରର ଅପସ୍ମାର ବାତ ବା ଏପିଲେପ୍ସି ରୋଗ ଚିକିତ୍ସା ନିମନ୍ତେ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି ।[3] ବିକଶିତ ଦେଶମାନଙ୍କରେ ନବଜାତ ଶିଶୁଙ୍କର ବାତ ବା ସିଜର ହେଲେ ବ୍ୟବହାର କରାଯାଏ,[4] କିନ୍ତୁ ଅନ୍ୟମାନଙ୍କ ନିମନ୍ତେ ଅନ୍ୟ ଔଷଧ ଦିଆଯାଏ ।[5] ଏହି ଔଷଧ ପାଟିରେ ଖାଇବାକୁ ଦିଆଯାଏ; ଶୀରାରେ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1] ସ୍ଟାଟସ ଏପିଲେପ୍ଟିକସରେ ଏହାର ଇଞ୍ଜେକସନ ଦିଆଯାଏ ।[1] ବେଳେବେଳେ ନିଦ୍ରାହୀନତା, ଉତ୍କଣ୍ଠା, ଡ୍ରଗ ଉଇଥଡ୍ରଆଲ ନିମନ୍ତେ ଏହା ଦିଆଯାଏ ଓ ଅପରେଶନ ସମୟରେ ଦିଆଯାଏ ।[1] ଇଞ୍ଜେକସନ ଆକାରରେ ଦେଲେ ଏହା ୫ ମିନିଟ ମଧ୍ୟରେ କାର୍ଯ୍ୟକାରୀ ହୁଏ ଓ ପାଟିରେ ଦେଲେ ଅଧ ଘଣ୍ଟା ଲାଗେ ।[1] ଏହାର ପ୍ରଭାବ ୪ ଘଣ୍ଟାରୁ ୨ ଦିନ ପର୍ଯ୍ୟନ୍ତ ରହେ ।[1][2]
Clinical data | |
---|---|
Trade names | Luminal |
AHFS/Drugs.com | monograph |
MedlinePlus | a682007 |
Pregnancy category |
|
Dependence liability | High |
Routes of administration | Oral (PO), rectal (PR), parenteral (intramuscular and intravenous) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | >95% |
Protein binding | 20 to 45% |
Metabolism | Hepatic (mostly CYP2C19) |
Onset of action | within 5 min (IV) and 30 min (PO)[1] |
Elimination half-life | 53 to 118 hours |
Duration of action | 4 hrs[1] to 2 days[2] |
Excretion | Renal and fecal |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.000.007 |
Chemical and physical data | |
Formula | C12H12N2O3 |
Molar mass | 232.235 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନିମ୍ନ ଚେତନ ସ୍ତର ହୁଏ ଓ ଶ୍ୱାସକ୍ରିୟା ନିମନ୍ତେ ପ୍ରଚେଷ୍ଟା କମିଯାଏ । ଦୀର୍ଘକାଳୀନ ବ୍ୟବହାରରେ ଡ୍ରଗ ଉଇଥଡ୍ରୟାଲ ଓ ଡ୍ରଗ ଅପପ୍ରୟୋଗ ହୁଏ । ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଏ । [1] ଗର୍ଭାବସ୍ଥାରେ ଏହି ଔଷଧ ହାନୀ କରେ ।[1][6] ସ୍ତନ୍ୟପାନ ସମୟରେ ଦେଲେ ଏହା ଶିଶୁକୁ ନିଦ୍ରାଳୁ କରାଏ ।[7] ବୟସ୍କ ଲୋକ ଓ ଯକୃତ ତଥା ବୃକ୍କ ରୋଗ ଥିଲେ ଅଳ୍ପ ମାତ୍ରେ ଏହା ବ୍ୟବହାର କରାଯାଏ ।[1] ଏହା ଗାବା ନିଉରୋଟ୍ରାନସମିଟରର କ୍ରିୟାକଳାପକୁ ବଢ଼େଇ ଦିଏ ।[1]
ସନ ୧୯୧୨ରେ ଫିନୋବାର୍ବିଟାଲ ଆବିଷ୍କୃତ ହୋଇଥିଲେ ମଧ୍ୟ ଏହା ଅଦ୍ୟାପି ବ୍ୟବହୃତ ସର୍ବାଧିକ ପୁରୁଣା ଆଣ୍ଟିସିଜର ଔଷଧ ।[8][9] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[10] ଆଣ୍ଟିସିଜର ଔଷଧ ମଧ୍ୟରେ ଏହା ସବୁଠାରୁ କମ ଦାମିକା (ବାର୍ଷିକ ଖର୍ଚ୍ଚ ପ୍ରାୟ ୫ ଆମେରିକୀୟ ଡଲାର) ।[11] କେତେକ ଦେଶରେ ଏହା ନିୟନ୍ତ୍ରିତ ଔଷଧ ହୋଇଥିବାରୁ ମିଳେନାହିଁ ।[11]