ପ୍ରୋଷ୍ଟାଟାଇଟିସ
ପ୍ରୋଷ୍ଟାଟାଇଟିସ ହେଉଛି ପ୍ରୋଷ୍ଟେଟ ଗ୍ରନ୍ଥିର ପ୍ରଦାହ ରୋଗ । / From Wikipedia, the free encyclopedia
ପ୍ରୋଷ୍ଟାଟାଇଟିସ ହେଉଛି ପ୍ରୋଷ୍ଟେଟ ଗ୍ରନ୍ଥିର ପ୍ରଦାହ ରୋଗ ।[1] ତୀବ୍ର ବା ଆକ୍ୟୁଟ ଓ କ୍ରନିକ ବା ଦୀର୍ଘକାଳୀନ, ଏହି ଦୁଇ ପ୍ରକାର ପ୍ରୋଷ୍ଟାଟାଇଟିସ ଦେଖାଯାଏ | [1] ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ କମ ଦେଖାଯାଏ, ହଠାତ୍ ଆରମ୍ଭ ହୁଏ ଓ ଯନ୍ତ୍ରଣା ହୁଏ | [1]ଅତି କମରେ ତିନିମାସ ପର୍ଯ୍ୟନ୍ତ ରୋଗ ଥିଲେ କ୍ରନିକ୍ ପ୍ରୋଷ୍ଟାଟାଇଟିସ କୁହାଯାଏ; ଏହା ଏକ ସାଧାରଣ ରୋଗ ତଥା ଏହାର ଲକ୍ଷଣ ଆସେ ଏବଂ ଯାଏ | [1] ତୀବ୍ର ପ୍ରୋଷ୍ଟାଟାଇଟିସ ରୋଗ ଜଟିଳ ହେଲେୟୁରିନାରି ରିଟେନସନ କିମ୍ବା ପ୍ରୋଷ୍ଟେଟ ଆବସେସ ହୁଏ | [1] କ୍ରନିକ ରୋଗ ବାରମ୍ବାର ହେବା ଫଳରେ ମୂତ୍ରାଙ୍ଗ ସଂକ୍ରମଣ ହୋଇପାରେ । [2]
Prostatitis | |
---|---|
Prostatosis | |
ବିଭାଗ | Urology |
ଲକ୍ଷଣ | Acute: Sudden onset of pain in the pelvic area, fever[1] Chronic: Off and on pain and urinary symptoms for more than 3 months[1] |
ଆକ୍ରାନ୍ତ ସମୟ | 30s and 40s[1] |
କାରଣ | Acute: Bacterial infection[1] Chronic: Often unclear[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination, urinary analysis, medical imaging, PSA testing, semen testing[2] |
ସଠିକ ରୋଗ ନିର୍ଣ୍ଣୟ | Prostate cancer, urinary tract infection, benign prostatic hyperplasia, kidney stones, bladder cancer[1][3] |
ଚିକିତ୍ସା | Acute: Antibiotics[1] Chronic Alpha blockers, NSAIDs, antibiotics[1][2] |
ପୁନଃପୌନିକ | Common[2] |
ତୀବ୍ର ରୋଗ ସାଧାରଣତଃ ଜୀବାଣୁ ସଂକ୍ରମଣ ଯୋଗୁ ହୁଏ କିନ୍ତୁ କ୍ରନିକ ରୋଗର କାରଣ ବିଶେଷ ସ୍ପଷ୍ଟ ହୋଇନଥାଏ | [1] କ୍ରନିକ ରୋଗକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା: କ୍ରନିକ ଜୀବାଣୁ ଜନିତ ପ୍ରୋଷ୍ଟାଟାଇଟିସ ଏବଂ କ୍ରନିକ ପ୍ରୋଷ୍ଟାଟାଇଟିସ/କ୍ରନିକ ପେଲଭିକ ଯନ୍ତ୍ରଣା ସିଣ୍ଡ୍ରୋମ (CP / CPPS)। [2] ଅନ୍ୟ ଏକ ବର୍ଗକୁ ଲକ୍ଷଣ ବିହୀନ ପ୍ରଦାହକାରୀ ପ୍ରୋଷ୍ଟାଟାଇଟିସ କୁହାଯାଏ (AIP) କୁହାଯାଏ | [2] ରୋଗୀର ପରୀକ୍ଷା, ମୂତ୍ର ବିଶ୍ଳେଷଣ, ମେଡିକାଲ ଇମେଜିଙ୍ଗ, ପିଏସଏ ପରୀକ୍ଷା ଓ ବୀର୍ଯ୍ୟ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ | [2]
ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ | [1]ତୀବ୍ର ବା ଆକ୍ୟୁଟ୍ ପ୍ରୋଷ୍ଟାଟାଇଟିସ ରୋଗ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ ଓ କ୍ରନିକ ରୋଗରେ ଆଣ୍ଟିବାୟୋଟିକ, ଆଲଫା ବ୍ଲକର ଓ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ଦିଆଯାଏ ।[1] [2] ଅସ୍ତ୍ରୋପଚାର କ୍ୱଚିତ୍ ଆବଶ୍ୟକ ହୁଏ | [2] ଲକ୍ଷଣ ବିହୀନ ପ୍ରୋଷ୍ଟାଟାଇଟିସ୍ ରୋଗରେ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [2]
ପ୍ରାୟ ଅର୍ଦ୍ଧେକ ପୁରୁଷଙ୍କୁ ପ୍ରୋଷ୍ଟାଟାଇଟିସ୍ ରୋଗ ସମୟକ୍ରମେ ପ୍ରଭାବିତ କରିଥାଏ | [2] ୟୁରୋଲୋଜି ବିଭାଗକୁ ରୋଗୀ ଯିବା ନିମନ୍ତେ ମୂତ୍ରାଶୟ ଲକ୍ଷଣ ସହିତ ଜଡ଼ିତ ଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଏହି ରୋଗ ଯୋଗୁ ଯାଆନ୍ତି ।[2] ଜୀବନର ତୃତୀୟ ବା ଚତୁର୍ଥ ଦଶକରେ ସାଧାରଣତଃ ଏହି ରୋଗ ହେବା ଦେଖାଯାଏ। [1] ସର୍ବ ପ୍ରଥମେ ୧୯୩୮ ମସିହାରେ ଭର୍ଡିଜ୍ ଏହି ପ୍ରୋଷ୍ଟାଟାଇଟିସ୍ ରୋଗର ବର୍ଣ୍ଣନା କରିଥିଲେ ଏବଂ ପ୍ରାରମ୍ଭିକ ଚିକିତ୍ସାରେ ସେତେବେଳେ ଜୋକ ଚିକିତ୍ସା ଓ ପ୍ରୋଷ୍ଟେଟ ମାଲିସ କରାଯାଉଥିଲା । [4]