ପେଚା
From Wikipedia, the free encyclopedia
ପେଚା ଷ୍ଟ୍ରିଜିଫୋର୍ମ୍ସ ଗଣର ପକ୍ଷୀଗଣ । ଏହି ଗଣରେ ପ୍ରାୟ ୨୦୦ରୁ ଅଧିକ ଜାତିର ପକ୍ଷୀ ଅଛନ୍ତି । ଏହି ପକ୍ଷୀଗୁଡ଼ିକ ସାଧାରଣତଃ ଅଣସାମାଜିକ ରାତ୍ରିଚର ଏବଂ କାରୀ । ତାଙ୍କର ସ୍ୱତନ୍ତ୍ର ଗୁଣଗୁଡିକ ହେଲା, ସେମାନଙ୍କର ସିଧା ଛିଡା ହେବା, ବଡ଼ ଓ ଚଉଡା ମୁଣ୍ଡ, ଦ୍ୱିନେତ୍ରୀଦୃଷ୍ଟି, ଦ୍ୱିତକର୍ଣ୍ଣୀୟତା, ଧାର ପଞ୍ଝା ଏବଂ ଧୀର ଉଡାଣ ପାଇଁ ବିକଶିତ ଡେଣା । ବ୍ଯତିକ୍ରମ - ଦିନଚାରୀ ଉତ୍ତରୀୟ ଚିଲ-ପେଚା ଏବଂ ସାମାଜିକ ଗାତଖୋଳା ପେଚା ।
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, କୁଳଗୁଡ଼ିକ ...
ପେଚା ଜୀବାଶ୍ମ କାଳ: 61.6–0 Ma PreЄ
Є
O
S
D
C
P
T
J
K
Pg
N
| |
---|---|
ଛୋଟ ପେଚା (ଆଥେନେ ନୋକ୍ଚୁଆ) | |
ଓଟୁସ ଯୋଲାନ୍ଦେର ଡାକ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ଗୋଷ୍ଠୀ: | ଆଫ୍ରୋଏଭସ |
ବର୍ଗ: | ଷ୍ଟ୍ରିଜିଫୋର୍ମ୍ସ ୱାଗ୍ଲର, ୧୮୩୯ |
କୁଳଗୁଡ଼ିକ | |
ଷ୍ଟ୍ରିଗିଡେ | |
ସମସ୍ତ ପେଚାମାନଙ୍କର ବିସ୍ତାର. | |
Synonyms | |
ଷ୍ଟ୍ରିଗିଡେ ସେନ୍ସୁ ସିବ୍ଲେ ଓ ଆଃଲକ୍ୱିଷ୍ଟ |
Close
ପେଚାଗଣ ସାଧାରଣତଃ ଛୋଟ ସ୍ତନ୍ଯପାୟୀ, କୀଟ, ଅନ୍ୟ ପକ୍ଷୀ ତଥା ମାଛ ଆଦି ଶିକାର କରିଥାନ୍ତି । ମେରୁସ୍ଥ ହିମାଞ୍ଚଳକୁ ଛାଡି ଦେଲେ ସେମାନେ ପୃଥିବୀର ସମସ୍ତ ଅଞ୍ଚଳରେ ଦେଖାଯାନ୍ତି ।
ପେଚାମାନଙ୍କୁ ମୁଖ୍ଯତଃ ୨ଟି କୁଳରେ ବିଭକ୍ତ କରାଯାଇଅଛି:
- ପ୍ରକୃତ ପେଚା କୁଳ: ଷ୍ଟ୍ରିଙ୍ଗିଡେ ଏବଂ
- ଚୋକଡ ପେଚା କୁଳ: ଟାଇଟୋନିଡେ ।