ପାଣ୍ଡୁରଙ୍ଗ ବାମନ କାଣେ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ପାଣ୍ଡୁରଙ୍ଗ ବାମନ କାଣେ (୭ ମେ ୧୮୮୦– ୮ ମେ ୧୯୭୨) ଜଣେ ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଭାରତବିଦ୍ୟାବିତ୍ । ଦୀର୍ଘ ୪୦ ବର୍ଷ ଧରି ଶୈକ୍ଷିକ କ୍ଷେତ୍ରରେ କରିଥିବା ଗବେଷଣା ତଥା ତାଙ୍କର ରଚନାକୃତି ପାଇଁ ସେ ୧୯୬୩ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଦ୍ୱାରା ସମ୍ମାନିତ । ତାଙ୍କର କୃତିଗୁଡିକ ମଧ୍ୟରେ ୬୫୦୦ ପୃଷ୍ଠାର ଧର୍ମଶାସ୍ତ୍ରର ଇତିହାସ ଅନ୍ୟତମ । ବିଶିଷ୍ଟ ଇତିହାସକାର ରାମ ଶରନ ଶର୍ମାଙ୍କ ଭାଷାରେ, "ପାଣ୍ଡୁରଙ୍ଗ ବାମନ କାଣେ ଭଳିଏକ ବିଶିଷ୍ଟ ସଂସ୍କୃତିବିତଙ୍କର ଜୀବନର ବ୍ରତ ଥିଲା ପ୍ରାଚୀନ ପରମ୍ପରା, ବିଦ୍ବତ୍ତା ତଥା ଆଚାର ସଂହିତା ଆଧାରରେ ଆଧୁନିକ ସମାଜ ସଂସ୍କାର । ବିଂଶ ଶତାବ୍ଦୀରେ "History of the Dharmasastra" ନାମରେ ପାଞ୍ଚ ଭାଗରେ ପ୍ରକାଶିତ ତାଙ୍କ ପ୍ରକାଣ୍ଡ ଗ୍ରନ୍ଥ ହେଉଛି ପ୍ରାଚୀନ ସଂସ୍କୃତି, ପରମ୍ପରା ତଥା ଆଚାର ସଂହିତାର ଏକ ଜ୍ଞାନକୋଷ । ପ୍ରାଚୀନ ଭାରତରେ ସାମାଜିକ ବିକାଶର ଧାରା ଅଧ୍ୟୟନ କରିବାରେ ଏକ ବିଶେଷ ସହାୟକ ଗ୍ରନ୍ଥ । "[2]
Quick Facts ପାଣ୍ଡୁରଙ୍ଗ ବାମନ କାଣେ, ଜନ୍ମ ...
ପାଣ୍ଡୁରଙ୍ଗ ବାମନ କାଣେ | |
---|---|
ଜନ୍ମ | (1880-05-07)ମଇ ୭, ୧୮୮୦ Ratnagiri district, ମହାରାଷ୍ଟ୍ର |
ମୃତ୍ୟୁ | ୮ ମଇ ୧୯୭୨(1972-05-08) (ବୟସ ୯୨)[1] |
ପୁରସ୍କାର | ଭାରତ ରତ୍ନ (୧୯୬୩) |
Close