ନ୍ୟାସନାଲ ମିଉଜିଅମ ଅଫ ଆନ୍ଥ୍ରୋପୋଲୋଜି
From Wikipedia, the free encyclopedia
ନ୍ୟାସନାଲ ମିଉଜିଅମ ଅଫ ଆନ୍ଥ୍ରୋପୋଲୋଜି (ସ୍ପାନିସ: Museo Nacional de Antropología, MNA) ମେକ୍ସିକୋର ଏକ ଜାତୀୟ ସଂଗ୍ରହାଳୟ। ଏହା ମେକ୍ସିକୋର ସର୍ବାଧିକ ପରିଦର୍ଶିତ ସଂଗ୍ରହାଳୟ । ଏହା ମେକ୍ସିକୋ ସିଟିରେ ଥିବା ପାସିଓ ଡେ ଲା ରିଫର୍ମା ଓ ମହାତ୍ମା ଗାନ୍ଧୀ ଗଳି ମଝିରେ ଥିବା ଚାପୁଲଟେକ ପାର୍କରେ ଅବସ୍ଥିତ । ଏହି ସଂଗ୍ରହାଳୟରେ ମେକ୍ସିକୋର କଲମ୍ବିଆ-ପୂର୍ବ ସମୟର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରତ୍ନତାତ୍ୱିକ ଏବଂ ନୃତତ୍ତ୍ୱଭିତ୍ତିକ କଳାକୃତି ଯଥା ଷ୍ଟୋନ ଟୋନ ଅଫ ଦି ସନ (କିମ୍ବା ଆଜଟେକ ପାଞ୍ଜି ପଥର) ଏବଂ୧୬ ଶତକର ଆଜଟେକ ଜୋଚିପିଲି ମୂର୍ତ୍ତି ରହିଛି ।