ନବକଳେବର
From Wikipedia, the free encyclopedia
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତେଜି ନୂତନ ଶରୀର ଧାରଣ ନବକଳେବର ବୋଲି ଜଣା ।[1] ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ଯୋଡ଼ା ଆଷାଢ଼ ସାଧାରଣତଃ ୮ ବର୍ଷରେ, ୧୧ ବର୍ଷରେ କିମ୍ବା ୧୯ ବର୍ଷରେ ପଡ଼ିଥାଏ । ୨୦୧୫ ନବକଳେବର ୧୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଇଥିଲା ।[2] ଏହା ପୂର୍ବରୁ ୧୭୩୩, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮, ୧୮୩୬, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭ ଓ ୧୯୯୬[3] ମସିହାରେ ନବକଳେବର ହୋଇଥିଲା । ପରବର୍ତ୍ତୀ ନବକଳେବର ୨୦୩୪ ମସିହାରେ ଅନୁଷ୍ଠିତ ହେବ ।[4]