ନନ୍ଦନକାନନ ଜୀବ ଉଦ୍ୟାନ
From Wikipedia, the free encyclopedia
ଏହି ଲେଖାଟି ଓଡ଼ିଶାର ଭୁବନେଶ୍ୱରରେ ଥିବା ଜୀବ ଉଦ୍ୟାନ ଉପରେ । ବାକି ସବୁ ପାଇଁ ନନ୍ଦନକାନନ ଦେଖନ୍ତୁ ।
Date opened | ୧୯୬୦ |
---|---|
Location | ଭୁବନେଶ୍ୱର, ଓଡ଼ିଶା, ଭାରତ |
Land area | 400 ha (990 acres) |
Coordinates | 20.399965°N 85.814703°E / 20.399965; 85.814703 |
Number of animals | ୧୬୫୯ (୨୦୧୦) |
Number of species | ୧୨୦ (୨୦୧୦) |
Annual visitors | ୩୩ ଲକ୍ଷ[1] |
Memberships | World Association of Zoos and Aquariums South Asian Zoo Association for Regional Cooperation |
Website | www.nandankanan.org |
ନନ୍ଦନକାନନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା ।[2] ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଛି । ୧୯୬୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ। ।[3] ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା ଏହା ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । World Association of Zoos and Aquariums (WAZA)ର ସଦସ୍ୟତା ହାସଲ କରିବାରେ ଏହି ଚିଡ଼ିଆଖାନା ଭାରତରେ ପ୍ରଥମ ।[4]
୧୯୯୯ ଓଡ଼ିଶା ମହାବାତ୍ୟା ଓ ୨୦୧୯ ଫଣୀ ବାତ୍ୟାରେ ନନ୍ଦନକାନନର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ୨୦୧୭-୧୮ର ରିପୋର୍ଟ ଅନୁଯାୟୀ ନନ୍ଦନକାନନକୁ ପ୍ରତିବର୍ଷ ୩୩ଲକ୍ଷ ଲୋକ ବୁଲିବାକୁ ଆସନ୍ତି ।[1]