ଦିଲ୍ଲୀପ କୁମାର
ହିନ୍ଦୀ କଥାଚିତ୍ର ଅଭିନେତା / From Wikipedia, the free encyclopedia
ଦିଲୀପ କୁମାର (ଜନ୍ମ ନାମ ନାମ ମୋହମ୍ମଦ ୟୁସୁଫ ଖାନ; ୧୧ ଡିସେମ୍ବର ୧୯୨୨ – ୭ ଜୁଲାଇ ୨୦୨୧) ଜଣେ ଭାରତୀୟ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା ଥିଲେ ତଥା ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ନିମନ୍ତେ ଜଣାଶୁଣା ଥିଲେ ।[1] ଅଧିକ ଦୁଃଖାତ୍ମକ ଅଭିନୟ କରୁଥିବା ଯୋଗୁ ତାଙ୍କୁ ଟ୍ରାଜେଡ଼ି କିଙ୍ଗ ନାମରେ ଅନେକ ସମ୍ବୋଧିତ କରୁଥିଲେ ।[2] ସେ ବଲିଉଡ ଜଗତରେ ଥିବା ପ୍ରଥମ ଖାନ ("The First Khan") ଥିଲେ[3][4] ଚଳଚ୍ଚିତ୍ର ଜଗତର ସେ ସର୍ବପ୍ରଥମ ସଫଳ ଅଭିନେତା ଥିଲେ ଯିଏ କି ଏକ ସ୍ୱତନ୍ତ୍ର ଧରଣର ଅଭନୟ କରୁଥିଲେ । ସେ ପ୍ରଥମ ଓ ସର୍ବାଧିକ ଫିଲିମ ଫେୟାର ଆୱାର୍ଡ ପାଇ ରେକର୍ଡ଼ କରିଥିଲେ ଯାହାକୁ ପରବର୍ତ୍ତୀ ସମୟରେ ଶାହରୁଖ ଖାନ ସମତୁଲ କରିଥିଲେ । [5][6]
ଦିଲ୍ଲୀପ କୁମାର | |
---|---|
ଜନ୍ମ | (1922-12-11) ୧୧ ଡିସେମ୍ବର ୧୯୨୨ (ବୟସ ୧୦୧) ପେଶୱା, ଭାରତ |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୬୯- ଏପର୍ଯ୍ୟନ୍ତ |
ବୈବାହିକ-ସାଥୀ | ସାଏରା ବାନୁ (୧୯୬୬- ଏପର୍ଯ୍ୟନ୍ତ) ଅସମା ସାହିବା (୧୯୭୯-୧୯୮୨) |
ଦସ୍ତଖତ | |
ଦିଲୀପ କୁମାରଙ୍କର ପ୍ରଥମ ଥର ନିମନ୍ତେ ଅଭିନୟ କରିଥିବା ଚଳଚ୍ଚିତ୍ର ନାମ ଥିଲା ଜୁଆର ଭଟା (Jwar Bhata) - ୧୯୪୪), ଯାହା ବମ୍ବେ ଟକିଜ ( Bombay Talkies) ନିର୍ମାଣ କରିଥିଲେ । ପଚାଶ ବର୍ଷର ଅଭିନୟ ଜୀବନରେ ସେ ୬୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା କେତେକ ଚଳଚ୍ଚିତ୍ରମାନଙ୍କ ନାମ ଅନ୍ଦାଜ (Andaz – ୧୯୪୯), ଆନ (Aan – ୧୯୫୨), ସାମାଜିକ ନାଟକ ଦାଗ (Daag – ୧୯୫୨), ନାଟକୀୟ ଦେବଦାସ (Devdas – ୧୯୫୫), ହାସ୍ୟରସାତ୍ମକ ଆଜାଦ (Azaad – ୧୯୫୫), ଐତିହାସିକ ମୁଗଳ-ଏ-ଆଜମ (Mughal-e-Azam – ୧୯୬୦), ସାମାଜିକ ଡକାୟତ (dacoit crime) ନାଟକ ଗଙ୍ଗା ଯମୁନା ( Gunga Jamuna – ୧୯୬୧) ଓ ହାସ୍ୟ ରସାତ୍ମକ ରାମ ଅଉର ଶ୍ୟାମ ( Ram Aur Shyam - 1967) । ମୁଦ୍ରାସ୍ଫୀତି ହିସାବକୁ ନେଲେ ତାଙ୍କ ଅଭିନୀତ ମୁଗଳ-ଏ-ଆଜମ ଚଳଚ୍ଚିତ୍ର ଅଦ୍ୟାବଧି ସର୍ବାଧିକ ଆୟକାରୀ ମାନ୍ୟତା ପାଇଛି (highest-grossing film in India) ।
ପାଞ୍ଚ ବର୍ଷ ଧରି ସେ ଚଳଚ୍ଚିତ୍ର ଦୁନିଆରୁ ବାହାରେ ରହିବା ପରେ ୧୯୭୬ ଖ୍ରୀଷ୍ଟାବ୍ଦରେ ଫେରିଆସି କେତେକ ଚରିତ୍ର ଭୂମିକା ନିର୍ବାହ କରିଥିବା ଚଳଚ୍ଚିତ୍ରମାନଙ୍କ ନାମ ଯଥାକ୍ରମେ କ୍ରାନ୍ତି (Kranti – ୧୯୮୧), ଶକ୍ତି (Shakti – ୧୯୮୨), ମାର୍ଶାଲ (Mashaal – ୧୯୮୪), କର୍ମା (Karma – ୧୯୮୬) ଓ ସୌଦାଗର (Saudagar – ୧୯୯୧) । ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ରର ନାମ କିଲା (Qila – ୧୯୯୮) ଯେଉଁଥିରେ ସେ ଏକ ଦ୍ୱୈତ ଚରିତ୍ରରେ ଅଭିନୟ କରିଥିଲେ ।
ଦିଲୀପ କୁମାରଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ମିଡ଼ିଆ ଚର୍ଚ୍ଚାରେ ରହୁଥିଲା । ଅଭିନେତ୍ରୀ ଓ ସହ-ଅଭିନେତ୍ରୀ ମଧୁବାଲାଙ୍କ Madhubala ସାଥିରେ ଦୀର୍ଘକାଳର ସମ୍ପର୍କ ନୟାଦୌର (Naya Daur court case) ଚଳଚ୍ଚିତ୍ର ପରେ ୧୯୫୭ ମସିହାରେ ସମାପ୍ତ ହୋଇଯାଇଥିଲା ।[7] ସେ ୧୯୬୬ ମସିହାରେ ଅଭିନେତ୍ରୀ ସାଇରା ବାନୁଙ୍କ (Saira Banu) ସହିତ ବିବାହ କରିବା ପରେ ତାଙ୍କର ବାନ୍ଦ୍ରା ବାସଭବନରେ (Bandra) ମୃତ୍ୟୁ ପର୍ଯ୍ୟନ୍ତ (୨୦୨୧ ମସିହା) ରହୁଥିଲେ । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ (Padma Bhushan) ଓ ୨୦୧୫ ମସିହାରେ ପଦ୍ମ ବିଭୂଷଣ (Padma Vibhushan) ପଦବୀରେ ସମ୍ମାନିତ କରିଥିଲେ ଯାହାକି ଦେଶର ଦ୍ୱିତୀୟ ଓ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ । ଚଳଚ୍ଚିତ୍ର ଜଗତକୁ ଅବଦାନ ନିମନ୍ତେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର (Dadasaheb Phalke Award) ୧୯୯୪ ମସିହାରେ ତାଙ୍କୁ ଦିଆଯାଇଥିଲା । ପାକିସ୍ଥାନ ସରକାର ୧୯୯୮ ମସିହାରେ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଏ-ଇମତିଆଜ (Nishan-e-Imtiaz) ଦିଲ୍ଲୀପଙ୍କୁ ଦେଇ ସମ୍ମାନିତ କରିଥିଲେ ଓ ସେ ଏକମାତ୍ର ଭାରତୀୟ ଯିଏ କି ସେହି ସମ୍ମାନର ଅଧିକାରୀ ହୋଇଛନ୍ତି ।