ତାକଲାମାକାନ ମରୁଭୂମି
ଉତ୍ତର-ପଶ୍ଚିମ ଚୀନର ଏକ ମରୁଭୂମି / From Wikipedia, the free encyclopedia
ତାକଲାମାକାନ ମରୁଭୂମି (ଇଂରାଜୀରେ Taklamakan Desert; ଅନ୍ୟ ଉଚ୍ଚାରଣ - ତକଲିମକାନ ଓ ତେକଲିମକାନ) ଉତ୍ତର-ପଶ୍ଚିମ ଚୀନର ଜିନଜିଆଂଗ୍ ପ୍ରଦେଶର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଏହି ମରୁଭୂମିର ଦକ୍ଷିଣକୁ କୁନ୍ଲୁନ୍ ପର୍ବତମାଳା, ପଶ୍ଚିମରେ ପାମିର ଓ ଟିଆନ୍ ଶାନ୍ ପର୍ବତମାଳା ଏବଂ ପୂର୍ବରେ ଗୋବି ମରୁଭୂମି ରହିଛନ୍ତି ।
Quick Facts ତାକଲାମାକାନ ମରୁଭୂମି, Area ...
ତାକଲାମାକାନ ମରୁଭୂମି | |
---|---|
Area | ୩୩୭୦୦୦ ବର୍ଗ କିଲୋମିଟର |
Geography | |
Country | ଚୀନ |
State/Province | ଜିନ୍ଜିଆଂ |
Coordinates | 38.9°N 82.2°E / 38.9; 82.2 |
Close
ମୂଳ ପାରସ୍ୟ ଭାଷାରୁ ଗୃହୀତ ଶବ୍ଦର ଉଇଘୁର୍ ଲୋକଙ୍କ ଭାଷାରେ ରୂପାନ୍ତରଣରୁ ଏହି ମରୁଭୂମିର ନାମ ପଡ଼ିଥାଇପାରେ । ପାରସ୍ୟ ଭାଷାରେ ତର୍କ୍ ଶବ୍ଦର ଅର୍ଥ ହେଲା ପରିତ୍ୟକ୍ତ ଓ ମକାନ ଶବ୍ଦର ଅର୍ଥ ହେଲା ସ୍ଥାନ ।[1][2] କିଛି ଉତ୍ସ ଅନୁସାରେ ତାକଲାମାକାନ ଶବ୍ଦର ଅର୍ଥ ହେଲା "ଅଫେରନ୍ତା ସ୍ଥାନ" ବା "ଥରେ ସେଠାକୁ ଗଲେ ଆଉ ଫେରିହେବ ନାହିଁ" ।[3][4][5] ଆଉ ଏକ ପ୍ରସ୍ତାବ ଅନୁସାରେ ଚଗାତାଇ ଭାଷାରେ ଟକ୍ଲାର୍ ମକାନ୍ ଶବ୍ଦର ଅର୍ଥ ହେଲା "ବିଧ୍ୱସ୍ତ ସ୍ଥାନ" ।[6][7]