ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ
From Wikipedia, the free encyclopedia
ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ distal radius fracture, also known as wrist fracture) ନାମ ଦିଆଯାଏ ଯେତେବେଳେ କଚଟି ପାଖରେ ରାଡିଅସ (radius bone) ଅସ୍ଥି ଭାଙ୍ଗିଯାଏ (break) ।[1] ଏହି ଭାଙ୍ଗିବା ଫଳରେ ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲିଯିବା ଦେଖାଯାଏ । [1] କଚଟି ବଙ୍କା ଦେଖାଯାଇପାରେ । [1] ଅଲନା (ulna bone) ଅସ୍ଥି ମଧ୍ୟ ଏହା ସହିତ ଭାଙ୍ଗିଥାଇପାରେ । [1]
ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (Distal radius fracture) | |
---|---|
ବ୍ରୋକନ ରିସ୍ଟ (Broken wrist)[1] | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics) |
ଲକ୍ଷଣ | ଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲା [1] |
ଆକ୍ରାନ୍ତ ସମୟ | ହଠାତ୍[1] |
କାରଣ | ଆଘାତ[2] |
ବିପଦ କାରକ | ଓଷ୍ଟିଓପୋରୋସିସ[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) [1] |
ଔଷଧ | ଯନ୍ତ୍ରଣା ନିବାରକ (Pain medication) ଓ ଉର୍ଦ୍ଧ୍ୱ ସ୍ଥାପନ [1] |
ଚିକିତ୍ସା | ପ୍ଲାସ୍ଟର (Casting), ଅପରେଶନ[1] |
Prognosis | ୧-୨ ବର୍ଷରେ ଭଲ ହୋଇଯାଏ [1] |
ପୁନଃପୌନିକ | ~ସମୁଦାୟ ଅସ୍ଥି ଭଗ୍ନର ପ୍ରାୟ ୩୩% [2] |
ଯୁବା ବୟସରେ ଖେଳ ସମୟରେ ବା ଗାଡ଼ି ଧକ୍କା ଯୋଗୁ (motor vehicle collision) ଏହି ଭଙ୍ଗା ହୁଏ ।[2] ଅବୟବ ସିଧା ଅବସ୍ଥାରେ ତଳକୁ ଥାଇ ଅଧିକ ବୟସ୍କ ଲୋକ ପଡ଼ିଗଲେ ମଧ୍ୟ ଏହି ଭଙ୍ଗା ହୁଏ । [2] ନିର୍ଦ୍ଧଷ୍ଟ ଭାବରେ ବିଭିନ୍ନ ପ୍ରକାର ଭଙ୍ଗା ହୁଏ ଯେପରିକି କୋଲିସ ଅସ୍ଥି ଭଗ୍ନ, ସ୍ମିଥ ଫ୍ରାକଚର (Smith's fracture), ବାରଟନ ଫ୍ରାକଚର (Barton's fracture), ହଚିନସନ ଫ୍ରାକଚର (Hutchinson fracture) । [2] ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) ଚିତ୍ର ଦେଖି ଏହି ଭଙ୍ଗା ନିଶ୍ଚିତ କରାଯାଏ । [1]
ଭଙ୍ଗା ହାଡ଼ ରିଡକସନ କରିବା ପରେ ପ୍ଲାସ୍ଟର (Casting) କରି ୬ ସପ୍ତାହ ରଖାଯାଏ ବା ଅପରେଶନ କରାଯାଏ । [1] ଗଣ୍ଠି ଭିତରକୁ ଭଙ୍ଗା ଯାଇଥିଲେ, ରାଡିଅସ ଛୋଟ ହୋଇଯାଇଥିଲେ ଓ ଡିସ୍ଟାଲ ଅଂଶ ୧୦୦ ପଛାକୁ ବାଙ୍କିଥିଲେ ଅପରେଶନ କରିବାକୁ ପରାମର୍ଶ ଦିଆଯାଏ । [3] ପ୍ଲାସ୍ଟର କରାଯିବା ପରେ ମଝିରେ ମଝିରେ ଏକ୍ସ-ରେ କରି ପୋଜିସନ ଠିକ ଅଛି କି ନାହିଁ ଦେଖାଯାଏ ଓ ନଥିଲେ ତାହାକୁ ସଠିକ ସ୍ଥାନକୁ ଅଣାଯାଏ ।[3]
ସାଧାରଣତଃ ଏହି ଭଙ୍ଗା ଅଧିକ ହେଉଥିବା ଦେଖାଯାଏ ।[3] ସମୁଦାୟ ହାଡ଼ ଭଙ୍ଗାର ୨୫ରୁ ୫୦% ଭଙ୍ଗା କେବଳ ଏହି ଭଙ୍ଗା ଅଧିକାର କରିଥାଏ ।[2] ଯୁବକ ଓ ବୃଦ୍ଧାମାନଙ୍କର ଏହି ଭଙ୍ଗା ଅଧିକ ହୁଏ । [3][2] ସମ୍ପୁର୍ଣ୍ଣ ଭଲ ହେବାକୁ ପ୍ରାୟ ଏକ ବା ଦୁଇ ବର୍ଷ ଲାଗିଯାଏ । [1]