ଗୁଳିମାଡ଼ କ୍ଷତ
ଗୁଳିମାଡ଼ କ୍ଷତ (ଇଂରାଜୀ ଭାଷାରେ gunshot wound/ GSW ) ବନ୍ଧୁକ ବା ସେହିଭଳି ଅସ୍ତ୍ରଶସ୍ତ୍ରର ଗୁଳିଦ୍ୱାରା ସୃଷ୍ଟି ହେଉଥିବ / From Wikipedia, the free encyclopedia
ଗୁଳିମାଡ଼ କ୍ଷତ (ଇଂରାଜୀ ଭାଷାରେ gunshot wound/ GSW ) ବନ୍ଧୁକ ବା ସେହିଭଳି ଅସ୍ତ୍ରଶସ୍ତ୍ରର ଗୁଳିଦ୍ୱାରା ସୃଷ୍ଟି ହେଉଥିବା ଆଘାତକୁ କୁହାଯାଏ ।[9] [10] ଆଘାତର କ୍ଷୟକ୍ଷତିରେ ରକ୍ତସ୍ରାବ, ଅସ୍ଥି ଭଗ୍ନ, ଅଙ୍ଗହାନୀ, କ୍ଷତର ସଂକ୍ରମଣ କିମ୍ବା ଶରୀରର କିଛି ଅଂଶ ଚଳାଇବା କ୍ଷମତା ନଷ୍ଟ ହୋଇପାରେ | [2] ଶରୀରରେ ଆଘାତର ସ୍ଥାନ, ଶରୀର ଦେଇ ଯାଉଥିବା ଗୁଳି ପଥ ଏବଂ ଗୁଳିର ପ୍ରକାର ଏବଂ ଗତି ଉପରେ ଶରୀରର କ୍ଷତି ନିର୍ଭର କରେ | [11] ଦୀର୍ଘକାଳୀନ ଜଟିଳତାରେ ସୀସା ବିଷକ୍ରିୟା ଏବଂ ଆଘାତୋତ୍ତର ଚାପ ବେମାରୀ (PTSD) ଅନ୍ତର୍ଭୁକ୍ତ ହୋଇପାରେ | [1] [2] [12]
Gunshot wound | |
---|---|
Gunshot injuries, ballistic trauma, bullet wound, firearm-related injuries | |
ବିଭାଗ | Trauma surgery |
ଲକ୍ଷଣ | Pain, deformity, bleeding[1][2] |
କାରଣ | Guns |
ବିପଦ କାରକ | Illegal drug trade, access to firearms, substance misuse including alcohol, mental health problems, firearm laws, social and economic differences[3][4] |
ପ୍ରତିକାର | Firearm laws, safer storage[5][6] |
ଚିକିତ୍ସା | Trauma care[7] |
ପୁନଃପୌନିକ | 1 million (interpersonal violence in 2015)[8] |
ମୃତ୍ୟୁ ସାନ୍ଦ୍ରତା | 251,000 (2016)[3] |
ଅସ୍ତ୍ରଶସ୍ତ୍ର ହିଂସା ହାର ଦେଶ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ | [3] ଏହି କାରଣଗୁଡିକରେ ବେଆଇନ ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ରର ସୁଲଭତା, ମଦ୍ୟପାନ, ନିଶାଦ୍ରବ୍ୟର ଅପବ୍ୟବହାର, ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଅସ୍ତ୍ରଶସ୍ତ୍ର ଆଇନ ଏବଂ ସାମାଜିକ ତଥା ଅର୍ଥନୈତିକ ପାର୍ଥକ୍ୟ ଉପରେ ନିର୍ବର କରିପାରେ। [3] [4] ଅଧିକ ବନ୍ଧୁକ ଥିବା ସ୍ଥାନରେ ବିବାଦ ପ୍ରାୟ ମୃତ୍ୟୁରେ ଶେଷ ହୁଏ | [13]
ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଏହା ଯାଞ୍ଚ କରାଯିବା ଉଚିତ ଯେ କ୍ଷେତ୍ରଟି ସୁରକ୍ଷିତ ଅଟେ | [14] ଏହା ପରେ ମୁଖ୍ୟ ରକ୍ତସ୍ରାବ ବନ୍ଦ କରାଯାଏ, ତା’ପରେ ଶ୍ୱାସନଳୀକୁ ଅବରୋଧ ମୁକ୍ତ କରାଯାଏ ଓ ରକ୍ତସଞ୍ଚାଳନ ନିୟମିତ କରାଯାଏ ।[14] ଅସ୍ତ୍ରଶସ୍ତ୍ର ନିୟମ, ବିଶେଷତଃ ପୃଷ୍ଠଭୂମି ଯାଞ୍ଚ ଏବଂ କ୍ରୟ ପାଇଁ ସଠିକ୍ ବ୍ୟକ୍ତିଙ୍କୁ ଅନୁମତି ପ୍ରଦାନ କଲେ ଅସ୍ତ୍ରଶସ୍ତ୍ରରୁ ମୃତ୍ୟୁ ହେବାର ଆଶଙ୍କା ହ୍ରାସ ପାଏ | [5] ଅସ୍ତ୍ରଶସ୍ତ୍ର ସୁରକ୍ଷିତ ରଖିଲେ ଶିଶୁମାନଙ୍କରେ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କା ହ୍ରାସ ହୋଇପାରେ। [6]
ପାରସ୍ପରିକ ହିଂସାରୁ ୨୦୧୫ ମସିହାରେ ପ୍ରାୟ ଏକ ନିୟୁତ ବନ୍ଧୁକ ଆଘାତ ହୋଇଥିଲା | [15] ୨୦୧୬ ମସିହାରେ, ଅସ୍ତ୍ରଶସ୍ତ୍ର ଯୋଗୁ ବିଶ୍ୱରେ ୨୫୧,୦୦୦ ମୃତ୍ୟୁ ଘଟିଥିଲା, ଯାହା ୧୯୯୦ରେ ୨୦୯,୦୦୦ ଥିଲା । [3] ଏହି ମୃତ୍ୟୁ ମଧ୍ୟରୁ ୧୬୧,୦୦୦ (୬୪%) ଆକ୍ରମଣ ଯୋଗୁ, ୬୭,୫୦୦ (୨୭%) ଆତ୍ମହତ୍ୟା ଯୋଗୁ ଏବଂ ୨୩,୦୦୦ (୯%) ଦୁର୍ଘଟଣା ଯୋଗୁ ହୋଇଥିଲା | [3] ଯୁକ୍ତରାଷ୍ଟ୍ରରେ ୨୦୧୭ରେ ବନ୍ଧୁକ ଯୋଗୁ ପ୍ରାୟ ୪୦,୦୦୦ ମୃତ୍ୟୁ ଘଟିଥିଲା । [16] ୨୦ରୁ ୨୪ ବର୍ଷ ବୟସର ପୁରୁଷମାନଙ୍କର ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ମୃତ୍ୟୁ ସାଧାରଣତଃ ଅଧିକ ଦେଖାଯାଏ | [3] ଗୁଳି ବିନିମୟ ଯୋଗୁ ଆର୍ଥିକ ଖର୍ଚ୍ଚ ଯୁକ୍ତରାଷ୍ଟ୍ରରେ ବର୍ଷକୁ ୧୪୦ ବିଲିୟନ ଆମେରିକୀୟ ଡଲାର ହୁଏ ବୋଲି ଆକଳନ କରାଯାଇଛି। [17]