ଗଙ୍ଗା ଦଶହରା
From Wikipedia, the free encyclopedia
"ଦଶହରା" କହିଲେ ଆଶ୍ୱିନ ମାସରେ ପାଳିତ ହେଉଥିବା ଦୁର୍ଗାପୂଜାକୁ ବୁଝାଏ । ଏହା ଦଶ ଅହୋରାତ୍ର ଧରି ପାଳିତ ହେଉଥିବାରୁ ଏହାକୁ ମଧ୍ୟ ଦଶହରା କୁହାଯାଏ । ଅନ୍ୟଟି ଚୈତ୍ରମାସର ଶୁକ୍ଳ ଦଶମୀ ଯାହାକୁ ବାସନ୍ତୀ ଦୁର୍ଗାପୂଜା କୁହାଯାଏ । ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ କେନ୍ଦ୍ରକରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ । ଦଶଦୋଷ ବା ପାପରୁ ଯିଏ ମୁକ୍ତକରାଏ ସିଏ ଦଶହରା । [1] ଏହି ଦିନ ଗଙ୍ଗାଘାଟରେ ବୁଡ଼ ଦେଲେ ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଙ୍ଗାସ୍ନାନ କଲେ ଅନେକ ପୁଣ୍ୟ ମିଳିଥାଏ, କିନ୍ତୁ ଏହି ଦିନରେ ସ୍ୱତନ୍ତ୍ର ପୁଣ୍ୟ ଲାଭ ହୋଇଥାଏ । ଲୋକକଥାରୁ ଶୁଣାଯାଏ ଯେ ଆଜିର ଏହିଦିନ ସ୍ୱୟଂ ଗଙ୍ଗାମାତା ଧରାବରଣ କରିଥିଲେ । ତାଙ୍କ ଆଗମନରେ ପୃଥିବୀବାସୀ ଧନ୍ୟ ହୋଇଥିଲେ । ତେଣୁ ତାଙ୍କ ଆଗମନ ଦିନକୁ ଗଙ୍ଗା ଦଶହରା ବୋଲି କୁହାଯାଏ । ଗଙ୍ଗା ଦଶହରାରେ ଗଙ୍ଗାଙ୍କ ମନ୍ଦିର ବ୍ୟତୀତ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ । ଗଙ୍ଗା ଦଶହରାରେ ଦାନପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି । [2]
ଗଙ୍ଗା ଦଶହରା | |
---|---|
ପାଳନକାରୀ | ହିନ୍ଦୁ ଧର୍ମାମ୍ବଲମ୍ବୀ |
ପ୍ରକାର | ଧାର୍ମିକ |
ତାରିଖ | ଜ୍ୟୈଷ୍ଠ ଶୁକ୍ଳ ଦଶମୀ |
୨୦୨୪ ତାରିଖ | date missing (please add) |