କ୍ରିସ୍ଟିନ୍ ଲାଗ୍ରେଡ୍
ଫ୍ରେଞ୍ଚ ଆଇନଜୀବି,ଜଣେ ରାଜନିତିଜ୍ଞ ,"ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି" ର କାର୍ଯ୍ୟନିର୍ବାହୀ ନିର୍ଦେଶକ / From Wikipedia, the free encyclopedia
କ୍ରିସ୍ଟିନ୍ ମେଡେଲୀନ୍ ଓଡେଟ୍ ଲାଗ୍ରେଡ୍(ଜନ୍ମ ୧ ଜାନୁଆରୀ,୧୯୫୬)ହେଉଛନ୍ତି ଜଣେ ଫ୍ରେଞ୍ଚ ଆଇନଜୀବୀ,ଜଣେ ରାଜନିତିଜ୍ଞ ଓ ୨୦୧୧ ଜୁଲାଇ ୫ରୁ "ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି"ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏହା ପୂର୍ବରୁ ସେ ଫ୍ରେଞ୍ଚ ସରକାରରେ ଅନେକ ମନ୍ତ୍ରୀପଦରେ ରହିସାରିଛନ୍ତି। ସେ 'ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ','ଅର୍ଥ ଓ ରୋଜଗାର ମନ୍ତ୍ରୀ' ଏବଂ ଡୋମିନିକ୍ ଦେ ଭିଲେପାଇଁନର 'ବାଣିଜ୍ୟ ମନ୍ତ୍ରୀ' ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ସେ g8 economyରେ ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ରୂପେ ଯୋଗ ଦେଇଥିଲେ ।
ସେ ଜଣେ ପ୍ରସିଦ୍ଧ ସ୍ୱେଛାସେବୀ ଓକିଲ ଥିଲେ।ସେ Baker and Mckenzie ନାମକ ବଡ଼ ଆଇନଜୀବୀ ଅନୁଷ୍ଠାନର ପ୍ରଥମ ମହିଳା ଅଧକ୍ଷ ରୂପେ ଯୋଗ ଦେଇଥିଲେ।
୨୦୦୯ ନଭେମ୍ବର ୧୬ରେ Financial Times ତାଙ୍କୁ ଇଉରୋଜୋନ୍ର ସର୍ବ ଶ୍ରେଷ୍ଠ ଅର୍ଥମନ୍ତ୍ରୀ ରୂପେ ଘୋଷଣା କରିଥିଲା।[1]
୨୦୧୧ ୧୬ନଭେମ୍ବରରେ ତାଙ୍କୁ ଡୋମିନିକ୍ଙ୍କ ବଦଳରେ ୫ବର୍ଷ ପାଇଁ IMFର ମୁଖ୍ୟ ପରିଚାଳକ ଅଧକ୍ଷ ରୂପେ ଘୋଷଣା କର ହୋଇଥିଲା।,[2][3][4][5]ତାଙ୍କ ନିଯୁକ୍ତିକୁ ନେଇ ଏହା ୧୧ତମ ଥର ପାଇଁ ଜଣେ ଇଉରୋପିଆନ IMFର ମୁଖ୍ୟ ରୂପେ ଦାୟିତ୍ୱ ମିଳିଥିଲା। ତାଙ୍କୁ ୨୦୧୪ରେ ଫୋର୍ବସ ମାଗାଜୀନ୍ ବିଶ୍ୱର ପଞ୍ଚମ ଶକ୍ତିଶାଳୀ ମହିଳା ରୂପେ ଘୋଷଣା କରିଥିଲା[6] ସେ ସର୍ବମତରେ ଦ୍ୱିତୀୟ ଥର ପଞ୍ଚମ ବର୍ଷ ରାଜକାଳ ପାଇଁ ନିର୍ବାଚିତ ହୋଇଥିଲେ।[7]