କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ
From Wikipedia, the free encyclopedia
କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ (ସି.ଓ.ପି.ଡି.) (ଓଡ଼ିଆରେ- ଫୁସଫୁସ ବାଧା ସୃଷ୍ଟିକାରୀ ଦୀର୍ଘସ୍ଥାୟୀ ରୋଗ), ରୋଗର ଅନ୍ୟ ଇଂରାଜୀ ନାମ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଲଙ୍ଗ ଡିଜିଜ (ସି.ଓ.ଏ.ଡି.), କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଏୟାର୍ୱେ ଡିଜିଜ୍ (ସି.ଓ.ଏ.ଡି), ଯାହା ଏକ ପ୍ରକାର ଫୁସଫୁସ ରୋଗ ଯେଉଁଥିରେ ଫୁସଫୁସର ଶ୍ୱାସକ୍ରିୟାରେ ଦୀର୍ଘସ୍ଥାୟୀ ବାଧା ହୁଏ । ଧୁମ୍ରପାନ ଏହି ରୋଗର ଏକ ସାଧାରଣ କାରଣ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ଜେନେଟିକ୍ସ ଏହାର ଛୋଟ କାରଣ ଥାଏ ।.[1] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ମଧ୍ୟରେ ରନ୍ଧା ଘରେ ବାୟୁ ଚଳାଚଳର ଅଭାବ ଥାଏ ।[2] ଦୀର୍ଘ ଦିନ ଧରି ଏହି ଉଦ୍ଦୀପକ ବସ୍ତୁ ପ୍ରଶ୍ୱାସରେ ଫୁସଫୁସ ଅଭ୍ୟନ୍ତରକୁ ଗଲେ ସେଠାରେ ପ୍ରଦାହ ସୃଷ୍ଟି ହୋଇ ଛୋଟ ଛୋଟ ବାୟୁ ନଳୀ ଆହୁରି ସରୁ ହୋଇଯାଏ ଓ ଫୁସଫୁସ ତନ୍ତୁ ନଷ୍ଟ ହୋଇଯାଏ ଯାହାକୁ ଏମ୍ଫିସେମା କୁହାଯାଏ ।[3] ଫୁସଫୁସ କାର୍ଯ୍ୟ ପରୀକ୍ଷାଦ୍ୱାରା (Pulmonry function test) ଫୁସଫୁସରେ କମ ବାୟୁ ପ୍ରବାହ ହେଉଥିବା ଜଣାପଡିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।.[4] ବ୍ରଙ୍କୋଡାଇଲେଟରଦ୍ୱାରା ଆଜ୍ମା ରୋଗରେ ଶ୍ୱାସ ଉପଶମ ହେଲାଭଳି ଏହି ରୋଗରେ ଉପଶମ ହୁଏ ନାହିଁ ।[2]
କ୍ରନିକ ଅବଷ୍ଟ୍ରକ୍ଟିଭ ପଲମୋନାରି ଡିଜିଜ (ସି.ଓ.ପି.ଡି.) | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | pulmonology[*] |
ଆଇସିଡ଼ି-୧୦ | J40.–J44., J47. |
ଆଇସିଡ଼ି-୯-ସିଏମ୍ | 490–492, 494–496 |
ଓଏମ୍ଆଇଏମ୍ | 606963 |
ରୋଗ ଡାଟାବେସ | 2672 |
ମେଡ଼ିସିନ-ପ୍ଲସ | 000091 |
ଇ-ମେଡ଼ିସିନ | med/373 emerg/99 |
Patient UK | କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ |
MeSH | C08.381.495.389 |
ଜଣାଶୁଣା ସଙ୍କଟକାରୀ କାରଣମାନଙ୍କଠାରୁ ଦୂରେଇ ରହିଲେ ଏହି ରୋଗକୁ ପ୍ରତିରୋଧ କରିହେବ ।[5] ଧୂମ୍ରପାନ ନ କରିବା ବା କମ କରିବା ଓ ବାହାର ତଥା ଗୃଗ ଭିତରେ ଉପଯୁକ୍ତ ବାୟୁ ଚଳାଚଳ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହାର ଉପଯୁକ୍ତ କଲେ ଖରାପ ଆଡ଼କୁ ଯାଉଥିବା ଗତି ଧୀର ହୋଇଯାଏ କିନ୍ତୁ ଆରୋଗ୍ୟ ହୁଏନାହିଁ ।[2] ଏହି ରୋଗ ହେଲେ ଧୂମ୍ରପାନ ନ କରିବା ବା କମ କରିବା, ଟିକା ନେବା, ଫୁସଫୁସର ପୁନରୁତଥାନ ସହ ଷ୍ଟିରଏଡ ଓ ବ୍ରଙ୍କୋଡାଇଲେଟର ଚିକିତ୍ସା ଆବଶ୍ୟକ ହୁଏ ।[1] କେତେକ ଲୋକ ଅକ୍ସିଜେନ ଥେରାପି ଓ ଫୁସଫୁସ ଟ୍ରାନ୍ସପ୍ଳାଣ୍ଟେସନ ଚିକିତ୍ସାରୁ ଉପକାର ପାଆନ୍ତି ।[3] ଯେଉଁ ରୋଗୀମାନଙ୍କର ରୋଗ ବଢିଯାଏ, ସେମାନଙ୍କର ଅଧିକ ଔଷଧ ଓ ଡାକ୍ତରଖାନାରେ ଆଡମିସନ ଦରକାର ହୁଏ । [1]
ସନ ୨୦୧୩ରେ ପୃଥିବୀର ଲୋକସଂଖ୍ୟାର ୫% ବା ୩୨୯ନିୟୁତ ଲୋକଙ୍କୁ ଏହି ରୋଗ ଆକ୍ରମଣ କରିଥିଲା ।[6][7] ଏହି ରୋଗ ୪୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ହୁଏ । ମହିଳା ଓ ପୁରୁଷ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [2] ସନ ୧୯୯୦ରେ ଏହି ରୋଗ ଫଳରେ ୨.୪ନିୟୁତ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୨.୯ନିୟୁତ ମୃତ୍ୟୁ ହୋଇଥିଲା ।[8] କେବଳ ବିକାଶଶୀଳ ଦେଶମାନଙ୍କରେ ୯୦ %ରୁ ଅଧିକ ମୃତ୍ୟୁ ହୋଇଥିଲା ।[2] ଭବିଷ୍ୟତରେ ଅଧିକ ଧୂମ୍ରପାନ ଓ ଅନେକ ଦେଶରେ ବୟସାଧିକ୍ୟ ଲୋକ ବୃଦ୍ଧି ଯୋଗୁ ଏହି ସଂଖ୍ୟା ଅଧିକ ହେବା ସମ୍ଭାବନା ରହୁଛି ।[9] ସନ ୨୦୧୦ରେ ପ୍ରାୟ ୨.୧ ଟ୍ରିଲିଅନ ଡଲାର ଆର୍ଥିକ କ୍ଷତି ହୋଇଥିଲା ।[10] ୨୦୧୨ ମସିହାରେ ସମସ୍ତ ରୋଗ ମୃତ୍ୟୁ ସୂଚୀରେ ଏହି ରୋଗ ୩ୟ ସ୍ଥାନ ଅଧିକାର କରିଥିଲା ଓ ୩ ନିୟୁତ ଲୋକଙ୍କୁ ମାରିଥିଲା ।[11]