କୋଲିସ ଅସ୍ଥି ଭଗ୍ନ
From Wikipedia, the free encyclopedia
କୋଲିସ ଅସ୍ଥି ଭଗ୍ନ (Colles' fracture) ଏକ ଦୂରସ୍ଥ ରେଡିଅସ (radius) ଅସ୍ଥି ଭଗ୍ନ (fracture of the distal forearm) ଯେଉଁଥିରେ ଭଙ୍ଗା ଅଂଶ ଡର୍ସାଲ ବା ପଛକୁ (backwards) ବଙ୍କା ହୋଇଯାଏ ।[2] ଯନ୍ତ୍ରଣା, ଫୁଲା, କୁରୁପ, ବ୍ରୁଇସିଙ୍ଗ (bruising) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[2] ଆଘାତ ପରିମାଣ ଅତ୍ୟଧିକ ଥିଲେ ମିଡିଆନ ସ୍ନାୟୁ (median nerve) କ୍ଷତିଗ୍ରସ୍ତ ହୋଇପାରେ ।[1]
କୋଲିସ ଅସ୍ଥି ଭଗ୍ନ (Colles' fracture) | |
---|---|
Colles fracture, Pouteau fracture[1] | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics) |
ଲକ୍ଷଣ | ଯନ୍ତ୍ରଣା, ଫୁଲା, କୁରୁପ, ବ୍ରୁଇସିଙ୍ଗ (bruising)[2] |
ଆକ୍ରାନ୍ତ ସମୟ | ହଠାତ୍[2] |
କାରଣ | ସିଧା ଅବୟବ ପତନ [2] |
ବିପଦ କାରକ | ଓଷ୍ଟିଓପୋରୋସିସ[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଏକ୍ସ-ରେ (X-rays)[2] |
ଚିକିତ୍ସା | ପ୍ଲାସ୍ଟର କାସ୍ଟ (Cast), ଅପରେଶନ[3] |
Prognosis | ୧-୨ ବର୍ଷ ମଧ୍ୟରେ ସୁସ୍ଥ [2] |
ପୁନଃପୌନିକ | ~ଆଜୀବନ ୧୫% ସଙ୍କଟ[3] |
ଅବୟବ ସଳଖ ଥାଇ ପଡ଼ିଗଲେ ଏହିଭଳି ଭଙ୍ଗା ଦେଖାଯାଏ ।[2] ଓଷ୍ଟିଓପୋରୋସିସ ରୋଗ ଥିଲେ ଏହି ଭଙ୍ଗା ସଙ୍କଟ ରହେ ।[2] ଏକ୍ସ-ରେ (X-rays) କରି ଏହି ଆଘାତ ନିର୍ଣ୍ଣୟ ନିଶ୍ଚିତ କରାଯାଏ ।[2] ଅଲନା (ulna) ଅସ୍ଥିର ଅଗ୍ରଭାବ ମଧ୍ୟ ଏହା ସହିତ ଭାଙ୍ଗିଥାଇପାରେ ।[4]
ଏହି ଭଙ୍ଗା ନିମନ୍ତେ ପ୍ଲାସ୍ଟର (casting) ବା ଅପରେଶନ ଆବଶ୍ୟକ ହୁଏ ।[3] ଅଧିକାଂଶ କେଶ୍ରେ ବିଶେଷତଃ ୫୦ ବର୍ଷ ବୟସ ପରେ ରିଡକସନ (Surgical reduction) ଓ ପ୍ଲାସ୍ଟର ଚିକିତ୍ସା ଯଥେଷ୍ଟ ହୁଏ ।[5] ଯନ୍ତ୍ରଣା ଲାଘବ ନିମନ୍ତେ ପ୍ରୋସିଡ୍ୟୁରାଲ ସିଡେସନ (procedural sedation and analgesia) ଓ ଯନ୍ତ୍ରଣା ଲାଘବ ବା ହେମାଟୋମା ବ୍ଲକ (hematoma block) କରାଯାଏ ।[5] ସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ୧-୨ ବର୍ଷ ଲାଗେ । [2]
ପ୍ରାୟ ୧୫% ଲୋକଙ୍କର ଏହି ଭଙ୍ଗା ହେବା ଦେଖାଯାଏ ।[3] ପିଲା ଓ ମଧ୍ୟ ବୟସ୍କ ଅପେକ୍ଷା ଯୁବକ ଓ ବୟସ୍କ ଲୋକଙ୍କର ଅଧିକ ଭଙ୍ଗିବା ଦେଖାଯାଏ ।[3] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧିକ ଭାଙ୍ଗେ ।[3] ସନ ୧୮୧୪ରେ ଏହି ଭଙ୍ଗା ବିଷୟ ଆବ୍ରାହମ କୋଲିସ (Abraham Colles) ପ୍ରଥମେ ବର୍ଣ୍ଣନା କରିଥଲେ । [3]