କୋଟା ଉଲ୍ଲାସ କାରନ୍ଥ
ଭାରତୀୟ ସଂରକ୍ଷଣବାଦୀ / From Wikipedia, the free encyclopedia
କର୍ଣ୍ଣାଟକର ଅଧିବାସୀ କୋଟା ଉଲ୍ଲାସ କାରନ୍ଥ (K. Ullas Karanth) ଜଣେ ସଂରକ୍ଷଣବାଦୀ ଜୀବବିଜ୍ଞାନୀ ଓ ବ୍ୟାଘ୍ରବିଶେଷଜ୍ଞ । ସେ “ବନ୍ୟଜନ୍ତୁ ସଂରକ୍ଷଣ ସମାଜ - ଭାରତ ଅଧ୍ୟାୟ (ଈଂରାଜୀରେ Wildlife Conservation Society - India (WCS-I))”ର ନିର୍ଦ୍ଦେଶକ । ବ୍ୟାଘ୍ରଗଣନା କ୍ଷେତ୍ରରେ “କ୍ୟାମେରା ଟ୍ରାପ୍” ପରି ଆଧୁନିକ ଉପକରଣ ଓ ପନ୍ଥା ବ୍ୟବହାର କରିବା ଓ ଏହାର ବାର୍ତ୍ତା ପ୍ରଚାର କରି ସେ ସୁବିଦିତ ହୋଇଥିଲେ । ସେ ଆମେରିକାର ନ୍ୟୁୟର୍କରେ ଅଧିଷ୍ଠିତ ବନ୍ୟଜନ୍ତୁ ସଂରକ୍ଷଣ ସମାଜର ଜଣେ ବୈଜ୍ଞାନିକ ଓ ଏହାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ । [1] [2]
କୋଟା ଉଲ୍ଲାସ କାରନ୍ଥ | |
---|---|
ଜନ୍ମ | ୧୯୪୮ ପୁଟ୍ଟୁର୍, କର୍ଣ୍ଣାଟକ |
ଶିକ୍ଷା | ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟରୁ ବନ୍ୟଜନ୍ତୁ ପରିସ୍ଥିତି ବିଜ୍ଞାନରେ ସ୍ନାତକୋତ୍ତର; ମାଙ୍ଗାଲୋର୍ ବିଶ୍ୱବିଦ୍ୟାଳୟରୁ ପ୍ରଯୌଗିକ ଜୀବବିଜ୍ଞାନରେ ଡକ୍ଟରେଟ୍ |
ଶିକ୍ଷାନୁଷ୍ଠାନ | ଏନ୍. ଆଇ. ଟି. କେ., ସୁରତକଲ୍ |
ବୃତ୍ତି(ସମୂହ) | ବନ୍ୟଜନ୍ତୁ ସଂରକ୍ଷଣ, ସଂରକ୍ଷଣ ଜୀବବିଜ୍ଞାନ |
ସକ୍ରିୟ ବର୍ଷ | ୧୯୮୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ |
ଚାକିରିକ୍ଷେତ୍ର(ସମୂହ) | ଜାତୀୟ ଜୀବବିଜ୍ଞାନ କେନ୍ଦ୍ର, ବନ୍ୟଜନ୍ତୁ ଶିକ୍ଷା ସଂସ୍ଥାନ, ବନ୍ୟଜନ୍ତୁ ସଂରକ୍ଷଣ ସମାଜ |
ପ୍ରସିଦ୍ଧି | ବ୍ୟାଘ୍ର ସଂରକ୍ଷଣ |
ବୈବାହିକ-ସାଥୀ | ପ୍ରତିଭା କାରନ୍ଥ |
ସନ୍ତାନ | କୃତି କାରନ୍ଥ |
ପିତାମାତା | ପିତା: ଶିବରାମ କାରନ୍ଥ |
ପୁରସ୍କାର | ଜେ. ପଲ୍ ଗେଟ୍ଟି ଅଗ୍ରଗାମୀ ସଂରକ୍ଷକ ପୁରସ୍କାର, ପଦ୍ମଶ୍ରୀ |
ୱେବସାଇଟ | Dr K. Ullas Karanth, CWS |
ଭାରତରେ ଅତି କ୍ଷୀପ୍ର ଗତିରେ ବିଲୁପ୍ତ ହେଉଥିବା ମହାବଳ ବାଘମାନଙ୍କ ସଂରକ୍ଷଣ ପାଇଁ WCS-Iର ପ୍ରକଳ୍ପ ଉଲ୍ଲାସଙ୍କ ନିର୍ଦ୍ଦେଶନାରେ ପରିଚାଳିତ । ଏଥିପାଇଁ ସାରା ଭାରତରେ ବାଘମାନଙ୍କ ସଂଖ୍ୟା ଓ ସେମାନଙ୍କ ବାସସ୍ଥଳୀର ଆବଶ୍ୟକୀୟ ଉପାଦାନ ନିରୂପଣ କରିବା ଏହି ପ୍ରକଳ୍ପର ପ୍ରାରମ୍ଭିକ ଲକ୍ଷ୍ୟ ଥିଲା । କର୍ଣ୍ଣାଟକର ନାଗାରହୋଳେ ଜାତୀୟ ଉଦ୍ୟାନରେ କାର୍ଯ୍ୟରତ ଥିବାବେଳେ ଉଲ୍ଲାସ ମତ ପୋଷଣ କରିଥିଲେ ଯେ ବାଘଭଳି ଶିକାରୀ ଜୀବଙ୍କ ସଂରକ୍ଷଣ ପାଇଁ ହରିଣ ଇତ୍ୟାଦି ଶିକାରଜନ୍ତୁଙ୍କ ସଂରକ୍ଷଣ ଅତ୍ୟାବଶ୍ୟକ । ପ୍ରାକୃତିକ ଶିକାରର ଅଭାବ ଶିକାରୀ ଜନ୍ତୁଙ୍କ ବିଲୋପ ହେବାର ଅନ୍ୟତମ କାରଣ । ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ ମସିହା ଜାନୁଆରୀ ମାସରେ ଉଲ୍ଲାସଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।