କଳାରାମ ମନ୍ଦିର
ନାଶିକରେ ଥବା ଏହା ଏକ ରାମ ମନ୍ଦିର / From Wikipedia, the free encyclopedia
କଳାରାମ ମନ୍ଦିର ଏକ ପୁରାତନ ମନ୍ଦିର ଯାହା ପ୍ରଭୁ ରାମଙ୍କୁ ସମର୍ପିତ ହୋଇଛି । ଏହା ଭାରତର ମହାରାଷ୍ଟ୍ରରେ ଥିବା ନାଶିକ ସହରରେ ଅବସ୍ଥିତ, ଯାହାକି ସେହି ସହରରେ ଏକ ମହତ୍ତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ।
ଏଠାରେ ଥିବା ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି କଳା ରଙ୍ଗର ହୋଇଥିବା ହେତୁ ମନ୍ଦିରର ନାମ କଳାରାମ ବା କଳାରାମ ମନ୍ଦିର ହୋଇଛି । କଳାରାମର ଆକ୍ଷରିକ ଅର୍ଥ ହେଉଛି କଳା ରାମ । ମନ୍ଦିର ପରିସରରେ ସୀତା ଓ ଲକ୍ଷଣଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅଛି । ପ୍ରତିଦିନ ହଜାର ହଜାର ଭକ୍ତ ଏହି ମନ୍ଦିରକୁ ଆସନ୍ତି ।