କମ୍ପ୍ୟୁଟର କିବୋର୍ଡ଼
ଅନେକ ଗୁଡ଼ିଏ "କି" ବା କୁଞ୍ଚି ର ସମାହାର / From Wikipedia, the free encyclopedia
କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ୱେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚିର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ୱାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।
ଅନେକ ବିକଳ୍ପ ନିବେଶକାରୀ(Input) ଉପକରଣ ଯଥା କମ୍ପ୍ୟୁଟର ମାଉସ, ଟାବଲେଟ ଉପକରଣ, ଅକ୍ଷର ଚିହ୍ନକ ଯନ୍ତ୍ର , ଶବ୍ଦ ଚିହ୍ନକ ଯନ୍ତ୍ର ଇତ୍ୟାଦି ବାହାରିଥିଲେ ମଧ୍ୟ କି-ବୋର୍ଡ଼ ଆଜି ମଧ୍ୟ ମଣିଷଦ୍ୱାରା ସର୍ବାଧିକ ବ୍ୟବହୃତ ନିବେଶକାରୀ(Input) ଉପକରଣ ଭାବେ ପରିଚିତ ।
ପ୍ରତ୍ୟେକ "କି" ବା "କୁଞ୍ଚି" ଏକ ଏକ ଅକ୍ଷରକୁ ପ୍ରତିଫଳିତ କରେ। "କି"କୁ ଥରେ ଚିପିଲେ ସେହି "କି"ରେ ଥିବା ଅକ୍ଷରକୁ ଥରେ ମାତ୍ର ଦେଖାଏ । କିନ୍ତୁ ଏକାଧିକ ପ୍ରତୀକକୁ ଦେଖେଇବା ପାଇଁ ଆମକୁ ଅନେକ ଗୁଡ଼ିଏ "କି" ଏକା ସଙ୍ଗେ ଅଥବା ଗୋଟେ ପରେ ଗୋଟେ ଏକ କ୍ରମାନୁସାରେ ଟିପିବାକୁ ପଡ଼େ । ଏକ କମ୍ପ୍ୟୁଟର କି-ବୋର୍ଡ଼ ଅକ୍ଷର (a-z),ସଂଖ୍ୟା (0-9), ଚିହ୍ନାକ୍ଷର(!,@,# ,+ ଇତ୍ୟାଦି) ଏବଂ ଅନ୍ୟ "କି"ର ସମାହାର, ଯାହାକୁ ଦବେଇଲେ କମ୍ପ୍ୟୁଟର ମଧ୍ୟକୁ ସୂଚନା (Information) ତଥା ଆଦେଶ (Command) ଯାଇଥାଏ ।
ସାଧାରଣତଃ କି-ବୋର୍ଡ଼କୁ "ଶବ୍ଦ କାର୍ଯ୍ୟବାହକ" (Word Processor) ବା "ଲେଖା ସମ୍ପାଦକ" (Text Editor)ରେ ଲେଖିବା ନିମନ୍ତେ ବ୍ୟବହାର କରାଯାଏ । କିନ୍ତୁ ଆଧୁନିକ କମ୍ପ୍ୟୁଟରରେ "କି"ର ବ୍ୟବହାର ସଫ୍ଟୱେର ଉପରେ ନିର୍ଭର କରେ। କମ୍ପ୍ୟୁଟର ନିଜେ "କି"ର ଅଲଗା ଅଲଗା ବ୍ୟବହାରକୁ ଜାଣିରଖେ ଏବଂ ସେହି ବାଟରେରେ ସଫ୍ଟୱେର ପରିଚାଳିତ ହୁଏ । ବର୍ତ୍ତମାନ ଆମେ କି-ବୋର୍ଡ଼ରେ ଟାଇପ କରିବା ଛଡ଼ା କମ୍ପ୍ୟୁଟର ଉପରେ ପର୍ଯ୍ୟବେଷିତ ଖେଳ (Computer Game) ବି ଖେଳିପାରୁଛେ । ଆଜିକାଲି ଖେଳିବା ପାଇଁ ସ୍ୱତନ୍ତ୍ର "କି-ବୋର୍ଡ଼" ମଧ୍ୟ ମିଳୁଛି । କି-ବୋର୍ଡ଼କୁ କମ୍ପ୍ୟୁଟରର ସଂଚାଳକ ପ୍ରଣାଳୀ (Operating System)କୁ ଆଦେଶ ଦେବାପାଇଁ ବ୍ୟବହାର କରାଯାଏ ଯଥା ମାଇକ୍ରୋସଫ୍ଟ ଉଇଣ୍ଡୋଜର କଣ୍ଟ୍ରୋଲ-ଅଲ୍ଟ-ଡିଲିଟ କି ଗୁଡ଼ିକର ସମଷ୍ଟି ବ୍ୟବହାର କମ୍ପ୍ୟୁଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକୁ (Computer Programs) ବନ୍ଦ କରିବାରେ ସାହାଯ୍ୟ କରେ । କି-ବୋର୍ଡ଼ କେବଳ ଗୋଟିଏ ହିଁ ବାଟ ଯାହା କମାଣ୍ଡ-ଲାଇନ-ଇଣ୍ଟରଫେସଦ୍ୱାରା ଆଦେଶ(Command) ପଠାଇ ଥାଏ ।