ଓମ୍
From Wikipedia, the free encyclopedia
ଓମ୍ (ॐ, ওঁ, ଓଁ ) କିମ୍ବା ଓଁକାରର ନାମନ୍ତର ପ୍ରଣବ ଅଟେ । ଏହା ଈଶ୍ୱରର ବାଚକ ଅଟେ । ଈଶ୍ୱରଙ୍କ ସହିତ ଓଁକାରର ବାଚ୍ୟ-ବାଚକ-ଭାବ ସମ୍ବନ୍ଧ ନିତ୍ୟ ଅଟେ, ସାଙ୍କେତିକ ନୁହେଁ । ସଙ୍କେତ ନିତ୍ୟ କିମ୍ବା ସ୍ୱାଭାବିକ ସମ୍ବନ୍ଧକୁ ପ୍ରକଟ କରିଥାଏ। ସୃଷ୍ଟିର ଆଦିରେ ସର୍ବପ୍ରଥମ ଓଁକାର ରୂପୀ ପ୍ରାଣବର ହିଁ ସ୍ଫୁରଣ ହୋଇଥାଏ । ତଦାନନ୍ତର ସାତ କୋଟି ମନ୍ତ୍ରର ଆବିର୍ଭାବ ହୋଇଥାଏ । ଏହି ମନ୍ତ୍ରର ବାଚ୍ୟ ଆତ୍ମାର ଦେବତା ରୂପେ ପ୍ରସିଦ୍ଧ ହୋଇଥାଏ । ଏହି ଦେବତା ମାୟା ଉପରେ ବିଦ୍ୟମାନ ମାୟା ସୃଷ୍ଟିର ନିୟନ୍ତ୍ରଣ କରିଥାଏ । ଏଥିରୁ ଅଧା ଶୁଦ୍ଧ ମାୟାଜଗତରେ କାର୍ଯ୍ୟ କରିଥାଏ ଏବଂ ଶେଷ ଅଧା ଅଶୁଦ୍ଧ କିମ୍ବା ମଳିନ ମାୟା ଜଗତରେ । ଏହି ଏକ ଶବ୍ଦକୁ ବ୍ରହ୍ମାଣ୍ଡର ଭୌତିକ ବଚନ ମାନନ୍ତି, 16 ଶ୍ଳୋକରେ ଏହାର ମହିମା ବର୍ଣ୍ଣିତ ହୋଇଥାଏ ।[1]