ଓଡିଶାରେ ପର୍ଯ୍ୟଟନ
From Wikipedia, the free encyclopedia
ପର୍ଯ୍ୟଟନ ଓଡ଼ିଶାର ଅର୍ଥବ୍ୟବସ୍ଥାର ଏକ ପ୍ରଧାନ ସହାୟକ, ଯେଉଁଠାରେ ଅଛି ୫୦୦ କି.ମି. ଲମ୍ବର ବିସ୍ତୃତ ସମୁଦ୍ରସୀମା, ଉଚ୍ଚ ପାହାଡ, ଶାନ୍ତ ହ୍ରଦମାଳା ଏବଂ ଚଞ୍ଚଳ ନଦୀମାନେ l ଓଡ଼ିଶା ସମଗ୍ର ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର, ଯାହାର ବନ୍ୟଜନ୍ତୁ ସଂରକ୍ଷଣ ସ୍ଥାନ, ସମୁଦ୍ରତଟ, ମନ୍ଦିର, ଐତିହାସିକ ସ୍ମାରକୀ, କଳା ଏବଂ ପର୍ବପର୍ବାଣିମାନଙ୍କରେ ସାରା ବିଶ୍ୱରୁ ପର୍ଯ୍ୟଟକମାନଙ୍କର ଦୃଷ୍ଟି ରହିଥାଏ l ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସରକାରଙ୍କଦ୍ୱାରା ଏକ ସାର୍ବଜନୀନ ଉପକ୍ରମ, ଓଡ଼ିଶା ପର୍ଯ୍ୟଟନ ସ୍ଥଳୀମାନଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛି l