ଓଡ଼ିଆ ଭାଷା
ଭାରତୀୟ ଭାଷା / From Wikipedia, the free encyclopedia
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି ।[1][2] ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ[3])ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।[4][5][6] [7][8][9] ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । [10] [11] [12] [13] [14] [15]
Quick Facts ଓଡ଼ିଆ (ōḍiā), Native to ...
ଓଡ଼ିଆ (ōḍiā) | |
---|---|
Native to | ଭାରତ ଓ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଦି ଆରବ, ବର୍ମା, ମାଲେସିଆ, ସିଙ୍ଗାପୁର, ସିଂହଳରେ ବସବାସ କରୁଥିବା ଓଡ଼ିଆ |
ଅଞ୍ଚଳ | ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ |
ମାତୃଭାଷୀ | ୩,୩୦,୧୭,୪୪୬ (୨୦୦୧) |
ଇଣ୍ଡୋ-ଇଉରୋପିଆନ
| |
ଓଡ଼ିଆ ଲିପି | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ଓଡ଼ିଶା |
ଭାଷା କୋଡ୍ | |
ISO ୬୩୯-୧ | or |
ISO ୬୩୯-୨ | ori |
ISO ୬୩୯-୩ | ori |
Close