ଏଡ଼ିଥ୍ ହାରଟନ୍
ସାହିତ୍ୟିକ / From Wikipedia, the free encyclopedia
ଊନବିଂଶରୁ ବିଂଶ ଶତାବ୍ଦୀ ମଧ୍ୟରେ କଲମ ଚାଳନା କରି ଯେଉଁ କେତେଜଣ ସାହିତ୍ୟିକ ବିଶ୍ୱ ସାହିତ୍ୟର ଦ୍ରାଘିମାକୁ ଉଜ୍ଜ୍ୱଳ ତଥା ବଳିଷ୍ଠ କରିଛନ୍ତି, ସେମାନଙ୍କ ମଧ୍ୟରେ ଏଡ଼ିଥ୍ ହାରଟନ୍ ଅନ୍ୟତମ । ଆମେରିକୀୟ ସାହିତ୍ୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ । ସେ ଏକାଧାରରେ ଥିଲେ ଜଣେ କବି , ଗାଳ୍ପିକ , ଔପନ୍ୟାସିକ ଏବଂ ଚିତ୍ରଶିଳ୍ପୀ । "ଏଡ଼ିଥ୍"ଙ୍କ ରଚନା ଥିଲା ତାଙ୍କ ସମସାମୟୀକଙ୍କଠାରୁ ବେଶ୍ ଭିନ୍ନ ଏବଂ ନିଆରା । ଏକଥା ସ୍ୱୀକାରଯୋଗ୍ୟ ଯେ , ବିଂଶଶତାବ୍ଦୀରେ ମାନବୀୟ ମୂଲ୍ୟବୋଧର ଆସିଥିଲା ଏକ ଯୁଗାନ୍ତକାରୀ ପରିବର୍ତ୍ତନ । ମଣିଷ ଚରିତ୍ର ବଦଳିଯାଉଥିଲା ଏବଂ ମନୋଭାବ ମଧ୍ୟ ବଦଳିଯାଉଥିଲା । ବସ୍ତୁତଃ ମଣିଷ ଯେମିତି ଏକ ଦ୍ୱନ୍ଦର ଦୋଛକିରେ ଠିଆ ହୋଇଥିଲା । ଏହାକୁ ମୁଖ୍ୟତଃ ନିଜର ରଚନାବଳୀ ପାଇଁ ଗୋଟିଏ ଗୋଟିଏ କଞ୍ଚାମାଲ ଭାବେ ଗ୍ରହଣ କରିଥିଲେ , ସେ ଆଉ ସେ ସବୁକୁ କଳାତ୍ମକ ଭାବେ ପ୍ରକାଶ କରିଥିଲେ । "ଏଡ଼ିଥ୍"ଙ୍କ ରଚନାର ଏକ ସିଂହଭାଗ ମଣ୍ଡନ କରୁଥିଲା "ହାସ୍ୟରସ" । ସେଥିଲାଗି ସେ ଯେତେ କ୍ଳିଷ୍ଟ ବିଷୟକୁ ନେଇ ସାହିତ୍ୟ ଲେଖୁଥିଲେ ବି ତାହା ପାଠକଙ୍କ ମନକୁ ଅତିଶୀଘ୍ର ଛୁଇଁଯାଇପାରୁଥିଲା । ଏହାବ୍ୟତୀତ ଚରିତ୍ରମାନଙ୍କର ମାନସ୍ତାତ୍ୱିକ ବିଶ୍ଳେଷଣ କରିବାରେ ବି ସେ ଥିଲେ ଜଣେ ଧୁରୀଣ ବିନ୍ଧାଣି । ସେଥିପାଇଁ ତାଙ୍କୁ ଦିଆଯାଇଥିଲା ସମ୍ମାନଜନକ (ପୁଲିଜର ପୁରସ୍କାର) । ସେତିକିନୁହେଁ , ୧୯୨୭ , ୧୯୨୮ ଏବଂ ୧୯୩୦[1]ତିନିବର୍ଷ ଧରି ତାଙ୍କର ନାମକୁ (ନୋବେଲ୍ ପୁରସ୍କାର) ନିମନ୍ତେ ମଧ୍ୟ ମନୋନୀତ କରାଯାଇଥିଲା ।