ଉଗାଡ଼ି ପର୍ବ
From Wikipedia, the free encyclopedia
ଉଗାଡ଼ି (Ugādi, Samvatsarādi, Yugadi) ଭାରତରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ରାଜ୍ୟର ହିନ୍ଦୁମାନଙ୍କ ପାଇଁ ନୂଆବର୍ଷ ଅଟେ । [1] ଚୈତ୍ର ମାସ, ହିନ୍ଦୁ ଲିନିସୋଲର କ୍ୟାଲେଣ୍ଡରର ପ୍ରଥମ ଦିନରେ ଏହି କ୍ଷେତ୍ର ମାନଙ୍କରେ ଉତ୍ସବ ପୂର୍ବକ ପାଳନ କରାଯାଏ ।[2]ଏହା ସାଧାରଣତଃ ଗ୍ରେଗୋରୀୟନ କ୍ୟାଲେଣ୍ଡରର ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପଡିଥାଏ ।[2]
ଉଗାଡ଼ି | |
---|---|
ଅନ୍ୟ ନାମ | ୟୁଗାଡ଼ି |
ପାଳନକାରୀ | ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା |
ପ୍ରକାର | ହିନ୍ଦୁ ସଂସ୍କୃତି |
ପାଳନ | Kolam-Rangoli, visiting Temples, Feast with Ugadi pachadi |
ଆରମ୍ଭ | ଚୈତ୍ର ପ୍ରଥମ ଦିନ |
ତାରିଖ | ସାଧାରଣ (ମାର୍ଚ୍ଚ), ବେଳେବେଳେ (ଏପ୍ରିଲ) |
୨୦୨୪ ତାରିଖ | date missing (please add) |
ପୁନଃପୌନିକତା | ବର୍ଷୀୟ |
ସମ୍ପର୍କିତ | Gudi Padwa and other regional Hindu new year day |
ଏହିଦିନରେ "କଲାମ" (କନ୍ନଡ଼: ରଙ୍ଗୋଲି) ନାମକ ଚଟାଣରେ ରଙ୍ଗୀନ ଚିତ୍ର (ଝୋଟି) ଆଙ୍କି ପାଳନ କରାଯାଏ । "ତୋରନାଲୁ" (କନ୍ନଡ଼: ତୋରଣଗଲୁ) ନାମକ କବାଟରେ ଆମ୍ବ ପତ୍ରରେ ସଜାଯାଏ । ନୂଆ ବସ୍ତ୍ର ଯେପରି ଉପହାର କିଣିବା ଏବଂ ଦେବା, ଗରିବମାନଙ୍କୁ ଦାନ ଦେବା, ତେଲ ଉପଚାର, "ପଚାଡି" ନାମକ ବିଶେଷ ଭୋଜନର ପ୍ରସ୍ତୁତି ଓ ଭୋଜନ ଦାନ ଏବଂ ହିନ୍ଦୁ ମନ୍ଦିରର ଭ୍ରମଣ କରିବା ।[3] "ପଚାଡି" ଏକ ଉଲ୍ଲେଖନୀୟ ଉତ୍ସବ ପୂର୍ଣ୍ଣ ଭୋଜନ ଅଟେ ଯାହା ସବୁପ୍ରକାର ସ୍ୱାଦକୁ ଯୋଡ଼ିଥାଏ - ମିଠା, ଖଟା, ଲୁଣି ଏବଂ କସା । ତେଲୁଗୁ ଓ କନ୍ନଡ଼ ହିନ୍ଦୁ ପରମ୍ପରାରେ , ଏହା ପ୍ରତୀକାତ୍ମକ ଅନୁସ୍ମାରକ ଅଟେ ।
ଉଗାଡ଼ି ହିନ୍ଦୁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଏବଂ ଐତିହାସିକ ପର୍ବ ଅଟେ, ଯାହା ମଧ୍ୟଯୁଗୀୟ ଗ୍ରନ୍ଥ ଏବଂ ଶିଳ ଲେଖ ସହିତ ଏହି ଦିନ ହିନ୍ଦୁ ମନ୍ଦିର ଏବଂ ସମୁଦାୟିକ କେନ୍ଦ୍ରରେ ପ୍ରମୁଖ ଧର୍ମାର୍ଥ ଦାନର ରେକର୍ଡିଙ୍ଗ କରିଥାଏ ।[4] ସେହିଦିନ ଭାରତର ବହୁ ଅନ୍ୟ ସ୍ଥାନରେ ହିନ୍ଦୁ ମାନଙ୍କଦ୍ୱାରା ନବବର୍ଷ ରୂପେ ପାଳନ କରାଯାଏ । ଉଦାହରଣ: ଏହାକୁ ମହାରାଷ୍ଟ୍ରରେ ଗୁଡ଼ି ପଡୱା କୁହାଯାଏ, କିନ୍ତୁ କେବେ କେବେ ଏକ ଗ୍ରେଗୋରୀ ଦିନ ପୂର୍ବରୁ ହିଁ ପାଳନ କରାଯାଉଥିଲା, କାରଣ ଚନ୍ଦ୍ରମା ଦିନ ଚନ୍ଦ୍ରମାର ସ୍ଥିତି ଅନୁସାରେ ହିନ୍ଦୁ କ୍ୟାଲେଣ୍ଡରରେ ଆରମ୍ଭ ହୋଇଥାଏ ଏବଂ ସମାପ୍ତ ହୋଇଥାଏ । କର୍ଣ୍ଣାଟକରେ ପର୍ବ ମାନଙ୍କୁ ୟୁଗଡୀ ରୂପେ ପାଳନ କରାଯାଏ ।