ଇସାଭୁକୋନାଜୋନିଅମ
From Wikipedia, the free encyclopedia
ଇସାଭୁକୋନାଜୋନିଅମ (ଇଂରାଜୀ ଭାଷାରେ Isavuconazonium), କ୍ରେସମ୍ବା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆସ୍ପର୍ଗିଲୋସିସ୍ ଏବଂ ମ୍ୟୁକୋର୍ମାଇକୋସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[3] [2] ମ୍ୟୁକୋର୍ମାଇକୋସିସ୍ ପାଇଁ ଯେତେବେଳେ ଆମ୍ଫୋଟେରିସିନ୍ ବି ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ । [4] ଏହା ପାଟିରେ ଦିଆଯାଇପାରେ କିମ୍ବା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[2]
Clinical data | |
---|---|
Trade names | Cresemba |
Synonyms | Isavuconazonium sulfate |
AHFS/Drugs.com | monograph |
Pregnancy category | |
Routes of administration | By mouth, intravenous (IV) |
Legal status | |
Legal status |
|
Chemical and physical data | |
Formula | C35H35F2N8O5S |
Molar mass | ୭୧୭.୭୭ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ବାନ୍ତି, ଅଣନିଶ୍ୱାସ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡବିନ୍ଧା, କମ୍ ରକ୍ତ ପୋଟାସିୟମ୍ ଏବଂ ରାସ ହୋଇପାରେ ।[3] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ ଏବଂ ଛୋଟ କ୍ୟୁଟି (QT) ଅନ୍ତର୍ଭୁକ୍ତ ହୋଇପାରେ ।[2] [5] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[2] ଏହା ଟ୍ରାଇଜୋଲ୍ ଶ୍ରେଣୀର ଏକ କବକରୋଧୀ ଔଷଧ ଏବଂ ଶରୀରରେ ଇସାଭ୍ୟୁକୋନାଜୋଲରେ ପରିଣତ ହେବା ପରେ କାମ କରେ ।[6]
୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଭ୍ୟୁକୋନାଜୋନିଅମ୍ ଅନୁମୋଦିତ ହୋଇଥିଲା ।[5] [3] ଯୁକ୍ତରାଜ୍ୟରେ ୨୦୦୧ ସୁଦ୍ଧା ୨୦୦ ମିଗ୍ରାର ଏକ ଭାଏଲର ମୂଲ୍ୟ ୩୦୦ ଡଲାର ଖର୍ଚ୍ଚ ଥିଲା ।[4] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦ ଡଲାର ଅଟେ ।[7]