ଇଶେ ମହାଶାଳ
From Wikipedia, the free encyclopedia
ଇଶେ ମହାଶାଳ (伊勢神宮, ଇଶେ ଜିଙ୍ଗୁ) ହେଉଛି ଏକ ଶିଣ୍ଟୋଶାଳ ଯାହା ଦେବୀ ଆମାତେରାଶୁଙ୍କୁ ସମର୍ପିତ । ଏହା ଜାପାନର ମିଏ ରାଜ୍ଯର ଇଶେଠାରେ ଅବସ୍ଥିତ । କେବଳ ଜିଙ୍ଗୁ ଭାବେ ପରିଚିତ ଏହି ମହାଶାଳରେ ଅନେକ ଛୋଟବଡ଼ ଶାଳ ରହିଛି ଯାହା ଅନ୍ଯାନ୍ଯ ଦେବାଦେବୀଙ୍କୁ ସମର୍ପିତ । ସେଥିମଧ୍ୟରୁ ନାଇକୁ (内宮) ଏବଂ ଗେକୁ (外宮) ମୁଖ୍ଯ ।
ଇଶେ ମହାଶାଳ | |
---|---|
伊勢神宮 (ଇଶେ ଜିଙ୍ଗୁ) | |
Religion | |
ଅନୁବନ୍ଧଗୁଡ଼ିକ | Shinto |
ଦେବାଦେବୀ | ଆମାତେରାଶୁ |
Location | |
ସ୍ଥାନ | ଇଶେ, ମିଏ ଜିଲ୍ଲା, ଜାପାନ |
ଭୌଗଳିକ ଅବସ୍ଥିତି | 34°27′18″N 136°43′33″E |
Architecture | |
Date established | ୪ ଖ୍ରୀଷ୍ଟପୂର୍ବ |
Glossary of Shinto |
ଆଭ୍ୟନ୍ତରୀଣ ଶାଳ ନାଇକୁ (ଆଧିକାରିକ ନାମ - କୋତାଇ ଜିଙ୍ଗୁ), ମଧ୍ଯ ଇଶେର ଦକ୍ଷିଣରେ ଥିବା ଊଜୀତାଚି ସହରରେ ଅବସ୍ଥିତ । ଏଠାରେ ଦେବୀ ଆମାତେରାଶୁ ରହୁଛନ୍ତି ବୋଲି ବିଶ୍ବାସ କରାଯାଏ ଏବଂ ତାଙ୍କର ପୂଜାର୍ଚ୍ଚନା କରାଯାଏ । ଏହି ଶାଳର କୋଠାଗୁଡ଼ିକ ସାଇପ୍ରସ୍ ଗଛର କାଠରୁ ତିଆରି ଏବଂ ଏଥିରେ କଣ୍ଟା ବ୍ଯବହୃତ ହୋଇନାହିଁ । ବାହାରର ଶାଳ, ଗେକୁ (ଆଧିକାରିକ ନାମ - "ତୋୟୁକେ ଦାଇଜିଙ୍ଗୁ"), ନାଇକୁରୁ ୬ କି.ମି. ବ୍ଯବଧାନରେ ଅବସ୍ଥିତ ଏବଂ ଏହା ଚାଷକାର୍ଯ୍ୟ, ଧାନ ଅମଳ ତଥା କଳକାରଖାନାର ଦେବତା, ତୋୟୁକେ ଓମିକାମିଙ୍କୁ ସମର୍ପିତ ।[1] ନାଇକୁ ଏବଂ ଗେକୁ ବ୍ଯତୀତ ଇଶେ ନଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଅତିରିକ୍ତ ୧୨୩ଟି ଶାଳ ରହିଛି । ତନ୍ମଧ୍ଯରୁ ୯୧ଟି ଶାଳ ନାଇକୁ ସହ ଏବଂ ୩୨ଟି ଗେକୁ ସହ ସମ୍ବନ୍ଧିତ ।[2]
ସମ୍ଭବତଃ ପବିତ୍ର ଦର୍ପଣର ନିବାସସ୍ଥାନ ହୋଇଥିବାରୁ ଏହି ଶାଳଟି ଶିଣ୍ଟୋର ଅତି ପବିତ୍ର ଏବଂ ଅତି ମହତ୍ତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀ ଅଟେ ।[3] ସାଧାରଣ ନାଗରିକଙ୍କୁ ଏହାର ପରିସର ମଧ୍ଯକୁ ପ୍ରେବଶ ଅନୁମତି ନାହିଁ । କିନ୍ତୁ ଭ୍ରମଣକାରୀଙ୍କୁ ଜଙ୍ଗଲ ପରିସରରେ ବୁଲିବା ପାଇଁ ଅନୁମତି ଦିଆଯାଏ ।
ଏହା ଆକଳନ କରାଯାଇଛି ଯେ, ଏଦୋ ଯୁଗରେ ପ୍ରତି ଦଶ ଜାପାନୀଙ୍କ ମଧ୍ଯରୁ ଜଣେ ଏହି ଶାଳକୁ ଓକାଗେ ମାଇରୀତୀର୍ଥଯାତ୍ରାରେ ଆସିଥିଲେ । ଉଭୟ ଆର୍ଥିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ତୀର୍ଥଯାତ୍ରା ଭଲ ରହିଥିଲା । ଐତିହାସିକ ତଥ୍ୟାନୁସାରେ, ୧୬୨୫ ମସିହାରେ ମାତ୍ର ୫୦ ଦିନ ମଧ୍ଯରେ ୩.୬୨ ନିୟୁତ ଲୋକ ଏବଂ ୧୮୨୯ ମସିହାରେ ତିନି ଦିନ ମଧ୍ଯରେ ୧.୧୮ ନିୟୁତ ଲୋକ ଏହି ଶାଳକୁ ମହାପର୍ବରେ ଆସିଥିଲେ ।[4] ଯେହେତୁ ଏହି ଶାଳଟିକୁ ଏକ ଶରଣସ୍ଥଳ ଭାବରେ ଦେଖାଯାଏ, ଏଠାରେ କୌଣସି ସୁରକ୍ଷା ନିରୀକ୍ଷଣ କରାଯାଏ ନାହିଁ । ଇଶେର ମୁଖ୍ଯ ଶାଳ ଦ୍ୱୟ ଏକ ତୀର୍ଥମାର୍ଗଦ୍ୱାରା ଜଡ଼ିତ, ଯାହା ଫୁରୁଇଚିର ପୁରୁଣା ମନୋରଞ୍ଜନ ସାହି ଦେଇ ଯାଇଛି ।
ଇଶେ ମହାଶାଳର ମୁଖ୍ଯ ପୂଜକ ଜାପାନୀ ରାଜକୁଟୁମ୍ବର ହୋଇଥାନ୍ତି ଏବଂ ସେ ଏହି ଶାଳର ଗୁରୁଦାୟିତ୍ୱ ନିର୍ବାହ କରନ୍ତି । ଏହି ଶାଳର ବର୍ତ୍ତମାନ ମୁଖ୍ଯ ପୂଜକ ହେଉଛନ୍ତି, ସାୟାକୋ କୁରୋଦା, ସମ୍ରାଟ ଏମେରିଟସ ଆକିହୀତୋଙ୍କ ପୁତ୍ରୀ ।[5]