ଅମରନାଥ ମନ୍ଦିର
ଭାରତର ଏକ ପ୍ରମୁଖ ମନ୍ଦିର, ଜାମ୍ମୁ-କାଶ୍ମୀର ରେ ଅବସ୍ଥିତ / From Wikipedia, the free encyclopedia
ଅମରନାଥ, ହିନ୍ଦୁ ଧର୍ମର ଏକ ପ୍ରମୂଖ ଧର୍ମସ୍ଥଳୀ । [1] ଏହା ଜମ୍ମୁ ଓ କାଶ୍ମୀରରାଜ୍ୟର ଶ୍ରୀନଗର ସହରର ଉତ୍ତର-ପୂର୍ବ ଦିଗରେ ୧୩୫ କି.ମି ଦୂର ସମୁଦ୍ରପତ୍ତନଠାରୁ ୧୩୬୦୦ ଫୁଟ ଉଚ୍ଚତାରେ ଏକ ପାହାଡି ଗୁମ୍ଫାରେ ଅବସ୍ଥିତ। ଏହି ଗୁମ୍ଫାର ଲମ୍ବ ଭିତରକୁ ୧୯ ମିଟର ଓ ପ୍ରସ୍ଥ ୧୬ ମିଟର ଏବଂ ଉଚ୍ଚତା ୧୧ ମିଟର ଅଟେ । ଏହି ଗୁମ୍ଫା ପୂରା ବରଷ ବାର ମାସ ବରଫରେ ଢାଙ୍କି ହୋଇରହିଥାଏ ଏବଂ ବରଫ ଟୋପା ଟୋପା ହୋଇ ପଥରରୁ ପଡି ଗୁମ୍ଫାମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଥାଏ । ଏଠାରେ ଶିବ ଭଗବାନ ଅମରନାଥ ପୂଜା ପାଆନ୍ତି । ଏହା ଗ୍ରୀଷ୍ମକାଳରେ କିଛି ଦିନ ଶ୍ରଦ୍ଧାଳୁମାନଙ୍କ ଶିବଙ୍କୁ ଦରଶନ ପାଇଁ ଖୋଲାଯାଇଥାଏ ।
Quick Facts ଅମରନାଥ ଗୁମ୍ଫା, Religion ...
ଅମରନାଥ ଗୁମ୍ଫା | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Pahalgam, Anantnag |
State | ଜମ୍ମୁ ଓ କାଶ୍ମୀର |
Country | ଭାରତ |
Architecture | |
Natural formation | |
Website | |
www.shriamarnathjishrine.com |
Close