ଅଛିଦ୍ର ଅନ୍ତନଳୀ
ଅଛିଦ୍ର ଅନ୍ତନଳୀ ରୋଗରେ ଅନ୍ତନଳୀରେ ଆଜନ୍ମ ତୃଟି ଥାଏ ଯାହା ଯୋଗୁ ଅନ୍ତନଳୀ ଅବରୋଧ ହୋଇଥାଏ । / From Wikipedia, the free encyclopedia
ଅଛିଦ୍ର ଅନ୍ତନଳୀ (ଇଂରାଜୀ ଭାଷାରେ Intestinal atresia) ରୋଗରେ ଅନ୍ତନଳୀରେ ଆଜନ୍ମ ତୃଟି ଥାଏ ଯାହା ଯୋଗୁ ଅନ୍ତନଳୀ ଅବରୋଧ ହୋଇଥାଏ ।[1] ଅନ୍ତନଳୀରେ ସ୍ଥାନ ଅନୁସାରେ ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା:- ଡୁଏଡେନାଲ (DA), ଜେଜୁନୋଇଲିଆଲ୍ (JIA), ଏବଂ କୋଲୋନିକ୍ (CA) | [1] ଏହାର ଲକ୍ଷଣ ମଧ୍ୟରେ ପିତ୍ତ ବାନ୍ତି, ପେଟ ଫୁଲିବା ଓ ମେକୋନିଅନ ନିଷ୍କାସନରେ ବାଧା । [1] ଜେଜୁନୋଇଲିଆଲ୍ର ଜଟିଳତାରେ ସର୍ଟ ବାୱେଲ ସିଣ୍ଡ୍ରୋମ୍ ହୋଇପାରେ ଓ ଡୁଏଡେନାଲର ଜଟିଳତାରେ ହିରସପ୍ରଙ୍ଗ ରୋଗ ହୋଇପାରେ ।[1]
Intestinal atresia | |
---|---|
Bowel atresia | |
ବିଭାଗ | General surgery |
ଲକ୍ଷଣ | Vomiting bile, abdominal bloating, failure to pass meconium[1] |
ଆକ୍ରାନ୍ତ ସମୟ | Present at birth[1] |
ବିପଦ କାରକ | JIA: Gastroschisis, cystic fibrosis[1] DA: Down syndrome[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Before birth: Ultrasound[1] After birth: X-ray[1] |
ସଠିକ ରୋଗ ନିର୍ଣ୍ଣୟ | Intestinal malrotation, volvulus, Hirschsprung disease[1] |
ଚିକିତ୍ସା | Nasogastric tube, intravenous fluids, surgery[1] |
Prognosis | 90% survival[2] |
ପୁନଃପୌନିକ | 1 in 3,000 newborns[1][3] |
ଜେଜୁନୋଇଲିଆଲ୍ ପାଇଁ ବିପଦ କାରକଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋସ୍କିସିସ୍ ଏବଂ ସିଷ୍ଟିକ୍ ଫାଇବ୍ରୋସିସ୍ ଅନ୍ତର୍ଭୁକ୍ତ କରୁଥିବାବେଳେ ଡୁଏଡେନାଲ ପାଇଁ ବିପଦ କାରକଗୁଡ଼ିକ ମଧ୍ୟରେ ଡାଉନ ସିଣ୍ଡ୍ରୋମ୍ ଅନ୍ତର୍ଭୁକ୍ତ ଥାଏ | [1] ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡ ଏବଂ ଜନ୍ମ ପରେ ଏକ୍ସ-ରେ କରି ରୋଗ ନିର୍ଣ୍ଣୟ କରାଯାଇପାରେ। [1] ସମାନ ଭାବରେ ଉପସ୍ଥାପିତ ଅନ୍ୟାନ୍ୟ ରୋଗମାନଙ୍କ ମଧରେ ଭଲଭ୍ୟୁଲସ, ଏବଂ ହିରସପ୍ରଙ୍ଗ ରୋଗ ସହିତ ଅନ୍ତନଳୀ ମାଲ୍ରୋଟେସନ ଥାଇପାରେ । [1]
ପ୍ରାରମ୍ଭିକ ଚିକିତ୍ସାରେ ନାସାଖାଦ୍ୟନଳୀ ଲଗାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ । [1] ଏହା ପରେ ଅସ୍ତ୍ରୋପଚାର କରାଯାଏ ଏବଂ ଅବସ୍ଥାରେ ଉନ୍ନତି ନହେବା ପର୍ଯ୍ୟନ୍ତ ଶିରାଭ୍ୟନ୍ତର ତରଳ ପଦାର୍ଥ ଦେବା ଚାଲୁରଖାଯାଏ । [1] ଅନ୍ତନଳୀ ବୃଦ୍ଧିକାରୀ ଅସ୍ତ୍ରୋପଚାର କିମ୍ବା କ୍ଷୁଦ୍ରାନ୍ତ୍ର ପ୍ରତିରୋପଣ କରାଯାଏ । [1] ଡୁଏଡେନାଲରେ ମୃତ୍ୟୁ ଆଶଙ୍କା ପ୍ରାୟ ୫% ଥିବାବେଳେ କୋଲୋନିକରେ ପ୍ରାୟ ୨୫% ମୃତ୍ୟୁ ଆଶଙ୍କା ଥାଏ | [1]
୧୦,୦୦୦ ଜଣ ନବଜାତ ଶିଶୁଙ୍କ ମଧ୍ୟରୁ ୧ରୁ ୩ ଜଣଙ୍କର ଜେଜୁନୋଇଲିଆଲ ଆଟ୍ରେସିଆ, ପ୍ରାୟ ୧୦,୦୦୦ ଜଣଙ୍କ ମଧରେ ଜଣକୁ ଡୁଏଡେନାଲ୍ ଆଟ୍ରେସିଆ ଏବଂ ୩୫,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକର କୋଲୋନିକ୍ ଆଟ୍ରେସିଆ ହୁଏ | [1] [3] ନବଜାତ ଶିଶୁମାନଙ୍କଠାରେ ଅନ୍ତନଳୀରେ ଅବରୋଧ ହେବାର ଏକ ତୃତୀୟାଂଶ ଅବସ୍ଥା ଏହି ରୋଗ ଯୋଗୁ ହୋଇଥାଏ । [2] ଏହାକୁ ପ୍ରଥମେ ଗୋଏଲର୍ ୧୬୮୪ରେ ବର୍ଣ୍ଣନା କରିଥିଲେ | [2]